ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ କୁ ଆଗେଇ ନେବାକୁ ଯାଇ ଆଜି ସାଲେପୁର ପାଗା ଛକ ରେ ଚେତନା କେନ୍ଦ୍ରର ଶ୍ରୀ ସୁବାସ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହିତ ଆଲୋଚନା ପରେ କେନ୍ଦ୍ରାପଡ଼ା କୋର ଜଗନ୍ନାଥ ମନ୍ଦିର ପରିସରରେ ଜିଲ୍ଲା ର ସମସ୍ତ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହିତ ଆସନ୍ତା ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା।

କରୋନା ମହାମାରୀ ଯୋଗୁଁ ଜିଲ୍ଲାର କାର୍ଯକ୍ରମରେ ଶିଥିଲତ ଦେଖା ଯାଇଥିଲା।

 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ବିଭିନ୍ନ ପଦକ୍ଷେପ ନେବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଓ ସସମ୍ପାଦକ ନାରାୟଣ ମହାପାତ୍ର ମହାପ୍ରଭୁ ଙ୍କ ଅନୁଭୂତି ବିଷୟରେ ସଭାରେ ପ୍ରକାଶ କରିଥିଲେ।

 

କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ବନମାଳୀ ମହାନ୍ତି, ରାଜ୍ୟସ୍ତରୀୟ ସଂଯୋଜକ ଶ୍ରୀ ନରେନ୍ଦ୍ର ପତି ସେମାନଙ୍କର ଅନଭୂତି ଓ କାର୍ଯ୍ୟକ୍ରମ ବିଷୟ ରେ ସଭାରେ ପ୍ରକାଶ କରିଥିଲେ। ଜିଲ୍ଲା ସମ୍ପାଦକ ଶ୍ରୀ ଅଖୟ ପାଣି, ଅନୁଷ୍ଠାନ ର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସଭାରେ ସୂଚନା ଦେଇଥିଲେ।

 

ଶେଷରେ କିଶୋର ବାବୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ରେ ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଶ୍ରୀ ଅଖିଳ ସାହୁ, କାର୍ଯ୍ୟକାରୀ ସଦସ୍ୟା ଗୌରାଙ୍ଗ ନାୟକ, ଶ୍ରୀ ଏ କାମେଶ୍ଵର୍ ରାଓ, ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଭାଗନେଇ ମନ୍ଦିର ତରଫରୁ ପ୍ରସାଦ ସେବନ କରିଥିଲେ। ପ୍ରସାଦ ଅତି ଉଚ୍ଚକୋଟୀର ହୋଇଥିଲା।

 

powered by social2s