• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଓଡ଼ଶା ସ୍କିଲ୍ସ ୨୦୨୫-୨୬ ଉଦଘାଟିତ

Details
Odia Ray Admin
ଓଡିଶା
07 January 2026

ଭୁବନେଶ୍ୱର: ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଭୁବନେଶ୍ବରର ବିଶ୍ବ ଦକ୍ଷତା କେନ୍ଦ୍ରରେ ଓଡ଼ିଶା ସ୍କିଲ୍ସ ୨୦୨୫-୨୬ର ଉଦଘାଟନ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ ଦକ୍ଷତା ବିକାଶ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ରୂପାନ୍ତରଣର ମୁଖ୍ୟ ଅଂଶ। ଓଡିଶା ସ୍କିଲ୍ସ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଏକ ଏଭଳି ପ୍ଲାଟଫର୍ମ, ଯେଉଁଠି ଯୁବ ପ୍ରତିଯୋଗୀଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ବାସ, ସୃଜନଶୀଳତା ଓ ଉତ୍କର୍ଷ ମନୋବୃତ୍ତି ବୃଦ୍ଧି ପାଏ। ବିକଶିତ ଓଡିଶା ଦକ୍ଷ, ଆତ୍ମବିଶ୍ବାସୀ ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତା ମନୋବୃତ୍ତି ଥିବା ଯୁବପିଢିଙ୍କ ଦ୍ବାରା ଗଠନ ହୋଇପାରିବ। ଓଡିଶା ସ୍କିଲ୍ସ ପ୍ରତିଯୋଗିତାରେ ଏହାର ପ୍ରତିଫଳନ ଦେଖିବାକୁ ମିଳେ ବୋଲି ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି ପ୍ରତିଯୋଗିତା ସାରା ରାଜ୍ୟରୁ 5ଶହରୁ ଅଧିକ ଯୁବ ପ୍ରତିଯୋଗୀଙ୍କୁ ଏକାଠି କରିଛି। ସେମାନେ ଶିଳ୍ପର ଆବଶ୍ୟକତା ତଥା ବର୍ଦ୍ଧିତ ପ୍ରଯୁକ୍ତିବିଦ୍ୟା ସହ 49ଟି ଦକ୍ଷତା ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଜେତାମାନେ ଜାତୀୟସ୍ତରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ ଏବଂ ପରବର୍ତ୍ତୀ ସମୟରେ ଓ୍ବାର୍ଲଡ ସ୍କିଲ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଦୁଇବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଓ୍ବାର୍ଲଡ ସ୍କିଲ୍ସ ପ୍ରତିଯୋଗିତାକୁ ସ୍କିଲ ଅଲିମ୍ପିକ୍ସ ବୋଲି ମଧ୍ୟ କୁହାଯାଏ। ଚଳିତ ବର୍ଷ ରାଜ୍ୟର ୧୦ଟି ପ୍ରମୁଖ ସ୍ଥାନରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଦକ୍ଷତା ବର୍ଗରେ ଓଡିଶା ସ୍କିଲ୍ସ ୨୦୨୫-୨୬ର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ଆସପାୟାର ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଦକ୍ଷତା ପୁରସ୍କାର ପ୍ରଦାନ କରାଯିବ। ଏହା ଉତ୍କର୍ଷକୁ ସ୍ବୀକୃତି ଦେବା ସହ ଯୁବପିଢିଙ୍କୁ ଉଚ୍ଚସ୍ତରର ଦକ୍ଷତା ହାସଲ କରିବାକୁ ପ୍ରୋତ୍ସାହିତ କରିବ। ଛାତ୍ରଛାତ୍ରୀଙ୍କୁ ଓଡିଶା ସ୍କିଲ୍ସ ପ୍ରତିଯୋଗିତାକୁ ଏକ ଗନ୍ତବ୍ୟସ୍ଥଳ ନୁହେଁ ବରଂ ଏକ ପାହାଚ ଭାବେ ଦେଖିବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ଆହ୍ବାନ କରିଥିଲେ। ପ୍ରତିଯୋଗିତା ଫଳାଫଳରୁ ଶିକ୍ଷା ଗ୍ରହଣ କରିବା ସହ ପ୍ରତିଷ୍ଠାନର ଉନ୍ନତି ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଅନୁଷ୍ଠାନ ଓ ପ୍ରଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନିଆ ସର୍ବୋତ୍ତମ ଅଭ୍ୟାସଗୁଡିକୁ ଚିହ୍ନଟ କରିବା ସହ ଶିଳ୍ପ ମାନଦଣ୍ଡ ସହିତ ପରିଚିତ ହେବା ପାଇଁ ପ୍ଲାଟଫର୍ମକୁ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବିଶ୍ବ ଦକ୍ଷତା କେନ୍ଦ୍ରର ମୁଖ୍ୟ ପରିଚାଳନା ଅଧିକାରୀ, ପ୍ରିନସିପାଲ୍, ଡେପୁଟି ପ୍ରିନସିପାଲ୍, ଶିଳ୍ପ ଅଂଶୀଦାର, ବିଶେଷଜ୍ଞ, ଜୁରୀ ସଦସ୍ୟ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡିଶା ସ୍କିଲ୍ସ ପ୍ରତିଯୋଗିତା ୩ ଦିନ ଧରି ଅନୁଷ୍ଠିତ ହେବ। ଆସନ୍ତା ଜାନୁଆରୀ ୯ ତାରିଖରେ ବିଜୟୀ ପ୍ରତିଯୋଗୀଙ୍କର ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେବ।

powered by social2s

ଶିମିଳିପାଳରେ ତାପମାତ୍ରା ଶୂନ

Details
Odia Ray Admin
ଓଡିଶା
07 January 2026

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳରେ ତାପମାତ୍ରା ‘ଶୂନ’ ରେକର୍ଡ କରାଯାଇଛି। ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ନେଇ ସୂଚନା ଦେଇଛନ୍ତି ଆର୍‌ସିସିଏଫ୍‌ କାର୍ଯ୍ୟାଳୟ । ଚହଲାରେ ୨, ବରେଇପାଣି ଓ ଗୁଡୁଗୁଡ଼ିଆରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

powered by social2s

ଆଜି ୫ ଘଣ୍ଟା ଜଗନ୍ନାଥ ଦର୍ଶନ ବନ୍ଦ

Details
Odia Ray Admin
ଓଡିଶା
07 January 2026

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ମାଘ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ବନ୍ଦ ରହିବ। ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

powered by social2s

ଦୁଇ ମନ୍ଦିରରୁ ଚୋରି

Details
Odia Ray Admin
ଓଡିଶା
07 January 2026

ଉଦଳା: ମୟୁରଭଞ୍ଜ ଜିଲ୍ଲା ୯ନଂ ୱାର୍ଡରେ ଥିବା ମଣିନାଗେଶ୍ୱର ଓ ଗାୟତ୍ରୀ ମନ୍ଦିରରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ହୁଣ୍ଡିବାକ୍ସ ସହ ରୁପା ମୁକୁଟ ଚୋରି ହୋଇଥିବା ସୂଚନା। ଖବର ପାଇ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି।

powered by social2s

ଏପ୍ରିଲରୁ ଓଡ଼ିଶାରେ ଜନଗଣନା

Details
Odia Ray Admin
ଓଡିଶା
07 January 2026

ଭୁବନେଶ୍ବର: ଏପ୍ରିଲ ୧୫ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ଦେଇଛନ୍ତି ଏହି ସୂଚନା। ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ କଲ୍ୟାଣ କହିଛନ୍ତି ଯେ ୨୦୨୭ ଫେବୃଆରୀରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ଗଣନା ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ହେବ ଜନଗଣନା। ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ। ଜଣେ ଚାହିଁଲେ ନିଜ ତଥ୍ୟ ୱେବସାଇଟରେ ପଞ୍ଜିକୃତ କରିପାରିବେ।

powered by social2s

କୁମ୍ଭୀର ଗଣନା ପାଇଁ ୩ ଦିନ ଭିତରକନିକା ବନ୍ଦ

Details
Odia Ray Admin
ଓଡିଶା
07 January 2026

ପଟ୍ଟାମୁଣ୍ଡାଇ: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ବନ୍ଦ ରହିବ କେନ୍ଦ୍ରପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ବନ୍ଦ ରହିବ ଭିତରକନିକା । ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା।

powered by social2s

ଜାନୁଆରୀରୁ ୧୦ ରୁ ଆରମ୍ଭ ହେବ ମେଗା ଶିଶିର ସରସ ମେଳା -୨୦୨୬

Details
Odia Ray Admin
ଓଡିଶା
06 January 2026

ଭୁବନେଶ୍ଵର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ଵାରା ଆସନ୍ତା ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ଶିଶିର ସରସ-୨୦୨୬’। ଭୁବନେଶ୍ବରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ମିଶନ ଶକ୍ତିର ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଉତ୍ପାଦକ, କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ସିଧାସଳଖ ବିକ୍ରୟ ସୁଯୋଗ ପ୍ରଦାନ କରିବା। ଏଥିରେ ଓଡ଼ିଶା ଏବଂ ଅନ୍ୟ ୨୦ଟି ରାଜ୍ୟରୁ ଶିଳ୍ପୀମାନେ ଅଂଶଗ୍ରହଣ କରିବେ। ମେଳା ପରିସରରେ ସମୁଦାୟ ୩୪୦ଟି ବିକ୍ରୟ ଷ୍ଟଲ୍ ଓ ୩୫ଟି ଖାଦ୍ୟ ଷ୍ଟଲ୍ ସ୍ଥାପନ କରାଯିବ, ଯାହା ପରିଦର୍ଶକମାନଙ୍କୁ ଏକ ମିନି ଇଣ୍ଡିଆ ବଜାରର ଅନୁଭୂତି ଦେବ। ଏଠାରେ ଓଡ଼ିଶାର ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ ସୁବର୍ଣ୍ଣପୁରର ହସ୍ତତନ୍ତ, ବାଲେଶ୍ୱରର ଲାଖ ସାମଗ୍ରୀ, କେନ୍ଦୁଝରର ପେପର ମାଶେ, କନ୍ଧମାଳ ଓ କଳାହାଣ୍ଡିର କାଠ କାମ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର କାଇଁଚ, ବଲାଙ୍ଗୀରର ଟେରାକୋଟା, କୋରାପୁଟର ଲେମନଗ୍ରାସ ଓ କଳାଜିରା ଚାଉଳ, ସୁନ୍ଦରଗଡ଼ର ମିଲେଟ ଉତ୍ପାଦ ମେଳାରେ ଉପଲବ୍ଧ ହେବ। ସେହିପରି ଆନ୍ଧ୍ରପ୍ରଦେଶର କଲମକରୀ ହସ୍ତତନ୍ତ, ଛତିଶଗଡ଼ର କୋସା ସିଲ୍କ, ଝାଡଖଣ୍ଡର ଟସର ସିଲ୍କ, ଉତ୍ତରପ୍ରଦେଶର ଚିକନକାରୀ, ଜାମ୍ମୁ–କଶ୍ମୀରର ଉଲେନ୍ ପୋଷାକ, ପଞ୍ଜାବର ଫୁଲକରୀ, ମଧ୍ୟପ୍ରଦେଶର ବ୍ଲକ୍ ପ୍ରିଣ୍ଟ, କର୍ଣ୍ଣାଟକର କୃତ୍ରିମ ଗହଣା ସହ ଦେଶର ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ଓ ଗ୍ରାମୀଣ ଉତ୍ପାଦ ମେଳାର ପ୍ରମୁଖ ଆକର୍ଷଣ ସାଜିବ। ମେଳା ଅବସରରେ ୬ଟି କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ପ୍ରାୟ ୮୫୦ ଜଣ ସିବିଓ ଏବଂ ଏସଏଚଜିର ସଦସ୍ୟମାନେ ଅଂଶଗ୍ରହଣ କରିବେ। ଏଥିରେ ମୂଲ୍ୟ ସଂଯୋଜନ, ଉଦ୍ୟମ ସୃଷ୍ଟି, ବ୍ରାଣ୍ଡିଂ, ଉତ୍ପାଦର ଶେଲ୍ଫ ଲାଇଫ ବୃଦ୍ଧି ସହ ବଜାରରେ ଭଲଭାବେ ବିକ୍ରୟ କରିପାରିବା କ୍ଷମତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାର ଏକ ପ୍ରମୁଖ ଆକର୍ଷଣ ସାଜିବ। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ମୃତିରେ ଏକ ବିଶେଷ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିସହ କାଇଟ୍ ଶୋ, ଡ୍ରୋନ୍ ଶୋ ଓ ଫ୍ୟାସନ୍ ଶୋ ମେଳା ପରିସରକୁ ଆହୁରି ଆକର୍ଷଣୀୟ କରିବ। ଚଳିତବର୍ଷ ମେଳା ପରିସରକୁ ସୁସଜ୍ଜିତ, ପରିଷ୍କାର ଓ ପ୍ଲାଷ୍ଟିକ–ମୁକ୍ତ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ପରିଦର୍ଶକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସୁରକ୍ଷା ସହ ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଯିବ। ଏହି ମେଗା ମେଳା ମାଧ୍ୟମରେ ପ୍ରାୟ ୩୦ କୋଟି ଟଙ୍କାର ବ୍ୟବସାୟ ହେବାର ଲକ୍ଷ୍ୟ ରଖାଯାଇଛି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଓଡିଶା ଗଠନ ଦିଗରେ ଏହି ସରସ ମେଳାର ଉଚିତ୍ ଅବଦାନ ରହିବ ବୋଲି ଆଶା ରଖି ବିଭାଗୀୟ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମେଳାର ସର୍ବାଙ୍ଗୀନ ସଫଳତା କାମନା କରିଛନ୍ତି ।

powered by social2s

More Articles ...

  1. ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ ନିର୍ମାଣ କାମ ଉପରେ ଲାଗିଲା କଟକଣା
  2. ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
  3. ବିଏମ୍‌ସି ଆଦାୟ କରିବ ୟୁଜର ଫି
Page 265 of 2255
  • Start
  • Prev
  • 260
  • 261
  • 262
  • 263
  • 264
  • 265
  • 266
  • 267
  • 268
  • 269
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.