ନିଆଁରେ ପୋଡ଼ିଯାଇଥିବା ଯୁବକଙ୍କ ମୃତ୍ୟୁ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଗତକାଲି ବାଲିପାଟଣାରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କର ଆଜି ଭୋର ୪ଟା ବେଳେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ପୀଡ଼ିତ ଯୁବକଙ୍କ ବାପା ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ। ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦୁଇଟି ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ମରିଯାଇଛନ୍ତି ଏବଂ ପ୍ରଥମ ସ୍ତ୍ରୀର ପୁଅ ହେଉଛନ୍ତି ପୀଡ଼ିତ ଯୁବକ। ଦ୍ୱିତୀୟ ସ୍ତ୍ରୀର ପୁଅ ନାଆଁରେ ବାପା ସମ୍ପତ୍ତି କରିଥିବାରୁ ବିବାଦ ଲାଗିରହିଥିଲା। ଘଟଣାରେ ମୃତକଙ୍କ ବପା ଓ ସାବତ ମା'ର ପୁଅ ଥାନାରେ ଅଟକ ଥିବା ସୂଚନା।

powered by social2s