ଜୁଙ୍ଗଳରୁ ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜୁଙ୍ଗଳରୁ ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର ନୟାଗଡ଼: ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଦୁନ୍ଦୁଗାଁଡ଼ିଆ ଗାଁରୁ ନିଖୋଜ ଥିବା ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଗାଁ ନିକଟ ଏକ ଜଙ୍ଗଲରେ ଥିବା ଏକ ନାଳରୁ ମିଳିଲା ମୁଣ୍ଡ, ଗଣ୍ଡି ଅଲଗା ହୋଇଥିବା ମୃତଦେହ। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ଗାଁ ଲୋକେ। ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ। ଶନିବାର ଦିନ ନିଜ ଘରେ ଖେଳୁଥିବା ବେଳେ ନିଖୋକ ହୋଇଯାଇଥିଲା ପାଞ୍ଚ ବର୍ଷର ଶିଶୁକନ୍ୟା। ଅନେକ ଖୋଜାଖୋଜି ପରେ ବାଣିଗୋଛା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଗତକାଲି ସନ୍ଧ୍ୟାରେ ମିଳିଲା ଶିଶୁଟିର ମୃତଦେହ।

powered by social2s