ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ପଣ୍ଡା ପେଟ୍ରୋଲ ପମ୍ପରେ ସ୍ପଷ୍ଟ ଦିବଲୋକରେ ଗୁଳିମାଡ଼ କରି ୬ ଲକ୍ଷ ୫୦ ହଜାର ନଗଦ ଟଙ୍କା ଡକାୟତି ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଜି ଦ୍ବିପ୍ରହରେ ତିନି ଜଣ ଦୃବୃତ୍ତ ଏକ ବାଇକରେ ଆସି ଅତର୍କିତ ଭାବେ ଗୁଳିମାଡ଼ କରି ଟଙ୍କା ଲୁଟି ନେଇଥିଲେ। ଗୁଳି ମାଡରେ ପମ୍ପର ମ୍ୟାନେଜର ମାନବେନ୍ଦ୍ର ଦାସଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ଏବଂ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତି କରାଯାଇଛି। ଦୃବୃତ୍ତ ମାନେ ତିନି ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି। ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
powered by social2s

