ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସର ଜଳାଶୟରୁ ଜଣେ ଛାତ୍ରୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ରାତିରୁ ଛାତ୍ରୀ ଜଣକ ଘରୁ ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ନ ମିଳିବାରୁ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ମୃତକଙ୍କଙ୍କ ପିତା ସ୍ଥାନୀୟ ସି ଇ ଟି କଲେଜର ଜଣେ ପ୍ରଫେସର ବୋଲି ଜଣାପଡ଼ିଛି। ମୃତା ଛାତ୍ରୀଙ୍କ ପିତାଙ୍କ କହିବା ଅନୁଯାୟୀ,ତାଙ୍କ ଝିଅ ଜଣେ ମେଧାବୀ ଛାତ୍ରୀ ଥିବା ବେଳେ ଗତ JEE ପରୀକ୍ଷାରେ ସନ୍ତୋଷଜନକ ଉତ୍ତର ଦେଇ ନଥିବାରୁ ମାନସିକ ଭାବେ ଟିକିଏ ଚିନ୍ତିତ ଥିଲା। କିନ୍ତୁ ଏତେ ରାତିରେ ଫାର୍ମ ହାଉସ ଗେଟ ବନ୍ଦ ଥିବା ବେଳେ ପାଚେରୀ ଡେଇଁ କିପରି ଭିତରକୁ ଯାଇ ଆତ୍ମହତ୍ୟା କଲା ବିଶ୍ୱାସ କରି ହେଉନି। ଯଦି ତାର ଆତ୍ମହତ୍ୟା କରିବାର ଉଦେଶ୍ୟ ଥାନ୍ତା ତେବେ ସେ ଘର ନିକଟରେ ଥିବା ପୋଖରୀରେ କରିପାରି ଥାନ୍ତା। ତେଣୁ ତାଙ୍କ ଝିଅର ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଖବର ପାଇ ସ୍ଥାନୀୟ ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।
ଫାର୍ମ ହାଉସ ଜଳାଶୟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
Tools
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

