ଡି ବ୍ରଦର୍ଶ ଘନିଷ୍ଠ ସହଯୋଗୀ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦିପୁ- ଓମ୍ ହତ୍ୟାକାଣ୍ଡ ମାମଲାକୁ ନେଇ ପୁଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଡି ବ୍ରଦର୍ଶ ଙ୍କର ଆଉ ଜଣେ ଘନିଷ୍ଠ ସହଯୋଗୀ ପ୍ରଦୀପ ସାହୁଙ୍କୁ ଗିରଫ କରାଯାଇଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା ପ୍ରଦୀପ ସାହୁ ଓରଫ ଦିଲୁ। ପ୍ରଦୀପକୁ ରାୟଗଡ଼ାରୁ ଗିରଫ କରାଯାଇଥିବା କହିଛନ୍ତି ପୁଲିସ କମିଶନର। ତା ନିକଟରୁ ଗୋଟାଏ ବନ୍ଧୁକ ସହ ୩ଟି ଗୁଳି ଜବତ କରାଯାଇଛି। ୨୦୧୩ ନଭେମ୍ବର ୧୨ ତାରିଖରେ ଉଭୟଙ୍କୁ ଅପହରଣ ଅଭିଯୋଗ ହୋଇଥିଲା। ୨୦୧୬ ମସିହାରେ ଉଭୟଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରଠାରୁ ଫେରାର ଥିଲା ପ୍ରଦୀପ ସାହୁ। ଏହି ହତ୍ୟାକାଣ୍ଡରେ ଆହୁରି ଅଭିଯୁକ୍ତ ପୁଲିସ ସ୍କାନରରେ ଥିବା କହିଛନ୍ତି କମିଶନର।

powered by social2s