ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କହ୍ନେଇ ପାଳ ଗାଁରେ ଥିବା ବିଦେଶୀ ନକଲି ମଦ ତିଆରି କାରଖାନା ରେ ଚଢ଼ାଉ କରି ବିପୁଳ ପରିମାଣ ର ନକଲି ମଦ ଜବତ କରିଛି ଅବକାରୀ ବିଭାଗ l ତେବେ କୋଣସି ସୂତ୍ରରୁ ଖବର ପାଇ କଟକ ଫ୍ଲାୟିଙ୍ଗ ସ୍କୁଆଡ଼ ଓ ଅବକାରୀ ବିଭାଗ ର ମିଳିତ ଚଢ଼ାଉ କରାଯାଇ ବ୍ୟlପକ ପରିମାଣ ର ବିଦେଶୀ ମଦ ତିଆରି ସାମଗ୍ରୀ ଜବତ କରିବା ସହ ଜଣେ ମଦ ମାଫିଆ କୁ ଗିରଫ କରିବାରେ ସଫଳ ହୋଇଛି, ଅବକାରୀ, ପୋଲିସ ଗିରଫ ହୋଇଥିବା ମଦ ମାଫିଆ ଜଣଙ୍କ ଭୁବନ ଥାନା ଅନ୍ତର୍ଗତ କହ୍ନେଇ ପାଳ ଗାଁ ର ବିଷ୍ଣୁ ଚରଣ ବେହେରା, ତେବେ ସେତିକି ନୁହେଁ, ନକଲି ବିଦେଶୀ ମଦ କାରଖାନା ରୁ 60ଲିଟର ନକଲି ବିଦେଶୀ ମଦ 360ଲିଟର ସ୍ପିରଟି,3ହଜାର ନକଲି ଲେବଲ,2ହଜାର 4ସହ ଠିପି,1ହଜାର ଖାଲି ବୋତଲ,1ଲିଟର କlରlମେଲ,1ଲିଟର ଏ ସେନ୍ସ ଫ୍ଲେବର ଜବତ କରାଯାଇଛି, ସୂଚନା ଅନୁସାରେ ଏହା ପୂର୍ବ ରୁ ମଧ୍ୟ ଅବକାରୀ ବିଭାଗଦ୍ୱାରା ଏକ ମଦ ଟ୍ୟାଙ୍କର କୁ ଧରିବାରେ ସଫଳ ହୋଇଥିଲା, ଯାହାକୁ ଭିର୍ତ୍ତି କରି ଅବକାରୀ ପୋଲିସ କନେହିଁ ପାଳ ଗାଁ ରେ ଧରିବାରେ ସକ୍ଷମ ହୋଇଥିଲା, ତେବେ ଆଗାମୀ ଦିନରେ ଏହାକୁ ନେଇ ଅନେକ କିଛି ଗୁମର ସାମ୍ନା କୁ ଆସିବ ବୋଲି ଜଣାପଡ଼ିଛି।
ଢେଙ୍କାନାଳରେ ବିଦେଶୀ ନକଲି ମଦ କାରଖାନାରେ ଚଢ଼ାଉ
Tools
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

