କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ମୁଶୁରି ଗାଁ ଜଙ୍ଗଲରୁ ୨୧୨ କେଜିର ଗଞ୍ଜେଇ ଜବତ ହୋଇଛି। ଲମତାପୁଟ ରେ ଏକ ଅଦା ବୋଝେଇ ଟ୍ରକ୍ରୁ ଚୋରା ଗଞ୍ଜେଇ ଜବତ କରିଛି ପୋଲିସ। ୟୁପି ଚାଲାଣ ପାଇଁ ଲୋଡିଂ କରାଇବା ବେଳେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଟ୍ରକ୍କୁ ଧରିଲେ। ଟ୍ରକ୍ ଡ୍ରାଇଭର ସମେତ ୨ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି ଓ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।
powered by social2s