ପୁରୀ: ବିଷାକ୍ତ ପାଇପ୍ ପାଣି ପିଇ ପୁରୀ ସେବାୟତ ପରିବାରର ଜଣେ ମହିଳା ମୃତଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ପୁରୀ ବିମାନବଡ଼ୁ ସାହିର ବାସନ୍ତୀ ଦାଶ। ବିଷାକ୍ତ ପାଣି ପିଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାୟ ତିନିଦିନ ହେବ ସେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉନ୍ନତିକରଣ ଚାଲିଥିବା ବେଳେ କଟା ଯାଇଥିବା ପାଣି ପାଇପ୍ରେ ମଇଳା ପାଣି ପଶି ଯାଇଥିଲା। ଏହି ପାଣି ପିଇବା ଯୋଗୁ ସେବାୟତ ସାହି ଲୋକେ ଝାଡ଼ାବାନ୍ତିରେ ପଡ଼ିଥିବା ସୂଚନା ମିଳିଛି।
powered by social2s

