ଭୁବନେଶ୍ୱର: ଗତକାଲି ଭୁବନେଶ୍ବର ବିଜେବି ଜଣେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରଙ୍କୁୁ ଦ୍ୱିତୀୟ ବର୍ଷ ଛାତ୍ରମାନେ ନିସ୍ତୁକ ପିଟୁଥିବା ଭିଡିଓ ଭାଇରାଲ୍ ହୋଇଥିଲା । ଏ ନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହେବା ପରେ ଛାତ୍ରଙ୍କୁ ରାଗିଂ ଓ ମାଡ଼ ମାରିବା ଅଭିଯୋଗରେ ଆଜି କମିଶନରେଟ୍ ପୁଲିସ୍ ୪ ଜଣ ଛାତ୍ରଙ୍କୁ ଗିରଫ କରିଛି। ବିଜେବି କଲେଜ କର୍ତ୍ତୃପକ୍ଷ ମଧ୍ଯ ୪ ଛାତ୍ରଙ୍କୁ ପରୀକ୍ଷା ଯାଏଁ କ୍ୟାମ୍ପସରୁ ନିଲମ୍ୱିତ କରିଥିବା ସୂଚନା ମିଳିଛି।
powered by social2s

