ଭୁବନେଶ୍ୱର: କମିଶନରେଟ୍ ପୋଲିସ ର ସ୍ପେଶିଆଲ ସ୍କ୍ୱାଡ୍ ଦ୍ୱାରା ଚଡ଼ି ଗ୍ୟାଙ୍ଗ ର ୧୧ ଜଣ ସଦସ୍ୟ ଗିରଫ ହେଇଛନ୍ତି। ସମସ୍ତ ଅଭିଯୁକ୍ତ ରାଜସ୍ଥାନର ବାସିନ୍ଦା ହୋଇଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ୧୨ ହଳ ସୁନା ଖଡ଼ୁ, ଟିଭି, ସ୍କୁଟି, ୬,୦୦୦ ଟଙ୍କା ଓ ଘର ତାଲା ଭାଙ୍ଗିବା ସାମଗ୍ରୀ ଜବତ ହୋଇଛି। ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ଘରେ ପଶି ସୁନା, ଗହଣା, ଟଙ୍କା ଲୁଟ୍ କରି ରାଜସ୍ଥାନ ପଳାଉଥିଲେ। ସେଠାରେ ପାଖା ପାଖି ଦୁଇ ମାସ ରହି ପୁଣି ଭୁବନେଶ୍ୱର ଆସୁଥିଲେ। ଦୁଇ ଦିନ ପୁର୍ବରୁ ଧଉଳି ଥାନା ଅଞ୍ଚଳରେ ଦୁଇଟି ଘରୁ ସୁନା ଓ ଟଙ୍କା ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ ର ସଦସ୍ୟ। ଲୁଟ୍ କରିବା ସମୟରେ ସେମାନେ ପୋଷାକ ଉପରେ ଚଡ଼ି ପିନ୍ଧିଥିବାରୁ ତାଙ୍କ ଗ୍ୟାଙ୍ଗ ର ନାମ ଚଡ଼ି ଗ୍ୟାଙ୍ଗ ରଖାଯାଇଥିଲା।
powered by social2s

