ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ୨ ସ୍ଥାନ ଉପରକୁ ଉଠି ୮୬ ତମ ସ୍ଥାନକୁ ଉନ୍ନୀତ ହୋଇଛି। ଗତ ତିନିବର୍ଷ ମଧ୍ୟରେ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୬୯ ଟି ସ୍ଥାନ ଉପରକୁ ଉଠିଛି। ୨୦୨୧ ମସିହାରେ, ରିଲାଏନ୍ସ ଏହି ତାଲିକାରେ ୧୫୫ ତମ ସ୍ଥାନରେ ରହିଥିଲା। ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶୀର୍ଷ ସ୍ଥାନରେ ରହିଛି। ଲଗାତାର ୨୧ ବର୍ଷ ଧରି ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସ୍ଥାନ ବଜାୟ ରଖିଛି। ଅନ୍ୟ କୌଣସି ଭାରତୀୟ କମ୍ପାନୀ ଏତେ ଦିନ ଧରି ଏହି ତାଲିକାରେ ରହିପାରି ନାହାଁନ୍ତି। ଫର୍ଚୁନ୍ ଅନୁଯାୟୀ, ରିଲାଏନ୍ସର ଆୟ ୧୦୮୮୭୭ ମିଲିୟନ ଡ଼ଲାର୍ ରେକର୍ଡ କରାଯାଇଥିଲା। କମ୍ପାନୀର ଲାଭ ୧.୩ ପ୍ରତିଶତ ବୃଦ୍ଧି ପାଇ ୮୪୧୨ ନିୟୁତ ଡଲାର ସ୍ତରରେ ପହଞ୍ଚିଛି ଏବଂ ପ୍ରାୟ ୩.୫ ଲକ୍ଷ କର୍ମଚାରୀ ରିଲାଏନ୍ସକୁ ସେମାନଙ୍କ ସେବା ଯୋଗାଇଛନ୍ତି। ୱାଲମାର୍ଟ, ଆମାଜନ ଏବଂ ଷ୍ଟେଟ୍ ଗ୍ରୀଡ୍ ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି । ଏହା ବ୍ୟତୀତ ଆପଲ୍, ଟୟୋଟା ମୋଟର୍ସ, ଆଲଫାବେଟ୍, ସାମସଙ୍ଗ ଏବଂ ମେଟା ପ୍ଲାଟଫର୍ମ ଭଳି କେତେକ ପ୍ରମୁଖ କମ୍ପାନୀ ମଧ୍ୟ ପ୍ରଥମ ୧୦୦ ମଧ୍ୟରେ ସ୍ଥାନ ପାଇଛନ୍ତି।
ରିଲାଏନ୍ସ ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ଦୁଇଟି ସ୍ଥାନ ଉନ୍ନୀତ ହୋଇ ୮୬ ତମ ସ୍ଥାନରେ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s