ଭୁବନେଶ୍ୱର: ଓଡ଼ିଶା ବିଶ୍ବବିଦ୍ୟାଳୟର ଶିକ୍ଷକ ଓ କୁଳପତି ନିଯୁକ୍ତି ଉପରୁ ଉଠିଲା କଟକଣା। ନୂଆ ସଂଶୋଧନ ଆଇନ ଉପରେ ସୁପ୍ରିମ୍କୋର୍ଟଙ୍କ ମୋହର ଲାଗିଛି। UGC ନିୟମ ସହିତ ସଂଶୋଧିତ ଆଇନ ଖାପ ଖୁଆଉଥିବା ଦର୍ଶାଇଲେ ସୁପ୍ରିମ୍କୋର୍ଟ। ୪ ବର୍ଷ ହେଲା ନିଯୁକ୍ତି ନେଇ ଦେଖାଦେଇଥିଲା ଅଚଳାବସ୍ଥା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରିବ। ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶ ହଟିଲା। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ AG ପୀତାମ୍ବର ଆଚାର୍ଯ୍ୟ।
powered by social2s