କମିଲା କମର୍ସିଆଲ LPG ଦର

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ୧୯ କେଜି କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର କମିଲା । ସିଲିଣ୍ଡର ପିଛା ଦର ୯୧ ଟଙ୍କା ୫୦ ପଇସା କମିଥିବା ସୂଚନା । ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦର ଏବେ ୨୦୨୮ ଟଙ୍କା ରହିଛି । ଅନ୍ୟପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ।ଗତ ମାର୍ଚ୍ଚ ୧ ତାରିଖରେ, ୧୪.୨ କିଲୋ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦର ୩୫୦ ଟଙ୍କା ୫୦ ପଇସା ବଢ଼ିଥିଲା । ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍‌ ସିଲିଣ୍ଡର ୨,୧୧୯ ଟଙ୍କା ୫୦ ପଇସା ଥିବାବେଳେ ଘରୋଇ LPG ସିଲିଣ୍ଡର ଦର ବୃଦ୍ଧି ପାଇ ୧,୧୦୩ ଟଙ୍କା ହୋଇଥିଲା ।

powered by social2s