ଭୁବନେଶ୍ୱର: ଚଳିତ କରୋନା ମହାମାରୀ ସମୟରେ ଭୁବନେଶ୍ୱରରେ ରହୁଥିବା ବହୁ ଲୋକ ଓ ସେମାନଙ୍କର ପରିବାର କରୋନାରେ ପୀଡ଼ିତ ହୋଇ ଖାଦ୍ୟ ତିଆରି କରି ପାରୁ ନାହାନ୍ତି।
ଆଜିକୁ ୪୩ ଦିନ ହେଲା ସେମାନଙ୍କ ଘରେ ରୋଷେଇ ହୋଇ ଦେୟ ମୁକ୍ତ ଖାଦ୍ୟ ଦିଆଯାଉଛି ଓ କିଛି ଜାଗାରେ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କୁ କହି ଶୁଖିଲା ରେଶନ ଓ ପରିବା ମଧ୍ୟ ଦେବାର ବ୍ୟବସ୍ଥା କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ,,ସାହା ଚାରିଟେବୁଲ ଟ୍ରଷ୍ଟ, ନିର୍ମଳା କୃତି ବିକାଶ ଟ୍ରଷ୍ଟ, କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ, ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ଓ ବହୁ ସମ୍ମାନୀୟ ବ୍ୟକ୍ତି ମାନଙ୍କର ମିଳିତ ସହଯୋଗରେ କରାଯାଉଛି, ରାଧାକାନ୍ତ ଯୁବପରିଷଦ ତରଫରୁ ବନମାଳୀପୁର ଠାରେ ସାନିଟାଇଯେସନ୍ ଓ ପଶୁଓପକ୍ଷୀଙ୍କୁ ଖାଦ୍ୟ ଦିଆଯାଇଥିଲା ଏବଂ ମାଆ ସଂଟୋଷୀ ଆଞ୍ଚଳିକ ଉନ୍ନୟନସଙ୍ଘ ତରଫରୁ ଦୃଷ୍ଟିହିନ ଲୋକମାନକୁ ଶୁଖିଲା ରାସନ ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିବା ନିମନ୍ତେ ଡ଼ଃ ନାରାୟଣ ମହାପାତ୍ର, ଦିଲ୍ଲୀପ ପଟନାୟକ, ଡ. ଶିବ ପ୍ରସାଦ ସାହୁ,ଉମାନାଥ ମିଶ୍ର, ମନୋଜସାହୁ, ରାଜ କିଶୋର ପ୍ରଧାନ, ବସନ୍ତ କୁମାର ସାହୁ,ଜୀବନ ସାହା, ଲଲିତ ମୋହନ ପଣ୍ଡା, ମନୋଜ କୁମାର ରାଉଳ,ରଞ୍ଜନ ସାମଲ, ମନୋରଞ୍ଜନ ଜେନା, ପ୍ରଦୀପପାତ୍ର, ବିଜୟବେହେରା, ଶ୍ରୀନିବାସ ରାଓ, ରାହୁଲ ପଲେଇ, ହେମନ୍ତ କୁମାର ମଲିଆ, ଚିତ୍ତରଞ୍ଜନ ପଟନାୟକ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗ ରେ କାର୍ଯ୍ୟକାରୀ କରାଯାଉଛି ।
ଏହି ମହତ କାର୍ଯ୍ୟକୁ ଡ଼ଃ ନାରାୟଣ ମହାପାତ୍ର, ସମାଜ ସେବୀ, ନିଶିଗନ୍ଧା ପ୍ରତିଷ୍ଠାତା ବଳରାମ ତରାଇ ଓ ପର୍ଯ୍ୟବେକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଏକ ମହାନ ପ୍ରଶଂସନୀୟ କାର୍ଯ୍ୟ ବୋଲି ଅବିହିତ କରିବା ସଂଗେ ସଂଗେ ଅନ୍ୟ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହିଭଳି ସେବାକାର୍ଯ୍ୟରେ ନିଶ୍ଚୟ ଅନୁପ୍ରାଣିତ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି।
ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସାମୂହିକ ପ୍ରଚେଷ୍ଟାରେ ସମାଜ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s
