ଭୁବନେଶ୍ୱର: ଚଳିତ କରୋନା ମହାମାରୀ ସମୟରେ ଭୁବନେଶ୍ୱରରେ ରହୁଥିବା ବହୁ ଲୋକ ଓ ସେମାନଙ୍କର ପରିବାର କରୋନାରେ ପୀଡ଼ିତ ହୋଇ ଖାଦ୍ୟ ତିଆରି କରି ପାରୁ ନାହାନ୍ତି।

 

ଆଜିକୁ ୪୩ ଦିନ ହେଲା ସେମାନଙ୍କ ଘରେ ରୋଷେଇ ହୋଇ ଦେୟ ମୁକ୍ତ ଖାଦ୍ୟ  ଦିଆଯାଉଛି ଓ କିଛି ଜାଗାରେ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କୁ କହି ଶୁଖିଲା ରେଶନ ଓ ପରିବା ମଧ୍ୟ ଦେବାର ବ୍ୟବସ୍ଥା କରାଯାଇଛି ।

 

ଏହି କାର୍ଯ୍ୟକ୍ରମକୁ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ,,ସାହା ଚାରିଟେବୁଲ ଟ୍ରଷ୍ଟ, ନିର୍ମଳା କୃତି ବିକାଶ ଟ୍ରଷ୍ଟ, କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ, ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ଓ ବହୁ ସମ୍ମାନୀୟ ବ୍ୟକ୍ତି ମାନଙ୍କର ମିଳିତ ସହଯୋଗରେ କରାଯାଉଛି, ରାଧାକାନ୍ତ ଯୁବପରିଷଦ ତରଫରୁ ବନମାଳୀପୁର ଠାରେ ସାନିଟାଇଯେସନ୍ ଓ ପଶୁଓପକ୍ଷୀଙ୍କୁ ଖାଦ୍ୟ ଦିଆଯାଇଥିଲା ଏବଂ ମାଆ ସଂଟୋଷୀ ଆଞ୍ଚଳିକ ଉନ୍ନୟନସଙ୍ଘ ତରଫରୁ ଦୃଷ୍ଟିହିନ ଲୋକମାନକୁ ଶୁଖିଲା ରାସନ ଦିଆଯାଇଥିଲା ।

 

ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିବା ନିମନ୍ତେ ଡ଼ଃ ନାରାୟଣ ମହାପାତ୍ର, ଦିଲ୍ଲୀପ ପଟନାୟକ, ଡ. ଶିବ ପ୍ରସାଦ ସାହୁ,ଉମାନାଥ ମିଶ୍ର, ମନୋଜସାହୁ, ରାଜ କିଶୋର ପ୍ରଧାନ, ବସନ୍ତ କୁମାର ସାହୁ,ଜୀବନ ସାହା, ଲଲିତ ମୋହନ ପଣ୍ଡା, ମନୋଜ କୁମାର ରାଉଳ,ରଞ୍ଜନ ସାମଲ, ମନୋରଞ୍ଜନ ଜେନା, ପ୍ରଦୀପପାତ୍ର, ବିଜୟବେହେରା, ଶ୍ରୀନିବାସ ରାଓ, ରାହୁଲ ପଲେଇ, ହେମନ୍ତ କୁମାର ମଲିଆ, ଚିତ୍ତରଞ୍ଜନ ପଟନାୟକ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗ ରେ କାର୍ଯ୍ୟକାରୀ କରାଯାଉଛି ।

 

ଏହି ମହତ କାର୍ଯ୍ୟକୁ ଡ଼ଃ ନାରାୟଣ ମହାପାତ୍ର, ସମାଜ ସେବୀ, ନିଶିଗନ୍ଧା ପ୍ରତିଷ୍ଠାତା ବଳରାମ ତରାଇ ଓ ପର୍ଯ୍ୟବେକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଏକ ମହାନ ପ୍ରଶଂସନୀୟ କାର୍ଯ୍ୟ ବୋଲି ଅବିହିତ କରିବା ସଂଗେ ସଂଗେ ଅନ୍ୟ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହିଭଳି ସେବାକାର୍ଯ୍ୟରେ ନିଶ୍ଚୟ ଅନୁପ୍ରାଣିତ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି।

 

 

powered by social2s

ବେଗୁନିଆପଡା/ଗଞ୍ଜାମ,୨୧/୦୨(ଦେବାଶିଷ ମହାରଣା) :ଏହି ବ୍ଲକ ଅନ୍ତର୍ଗତ କୁମ୍ଭାର ଗାଁ ପଂଚାୟତର ତାଳ ଗାଁ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ହଂସତୁଳି ଶାଖାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ତାଳସର ଖଇର ଖମା ଓ କୁମ୍ଭରଗାଁ ଆଦି ୩ ଟି ପଂଚାୟତର ଦଳିତ, ଆଦିବାସୀ ଓ ଜଙ୍ଗଲ ଜମି ଉପରେ ନିର୍ଭର କରୁଥିବା ଭୂମିହୀନ ବ୍ୟକ୍ତି ବିଶେଷ ଏହି ସମ୍ମିଳନୀରେ ଯୋଗଦେଇଥିଲେ। ଭାଗବତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶର ପ୍ରାରମ୍ଭରେ ପାର୍ଟିର ବରିଷ୍ଠ ସଦସ୍ୟସୁଦର୍ଶନ ସ୍ୱାଇଁ ଦଳୀୟ ପତାକା ଉତ୍ତୋଳନ କରିଥିଲେ।ପାର୍ଟିର ରାଜ୍ୟ ପରିଷଦ ସଭ୍ୟ କୁମାର ପ୍ରିୟଦର୍ଶୀ ସମ୍ମିଳନୀକୁ ଉଦଘାଟନ କରିବା ସହ ରାଜନୈତିକ ପରିସ୍ଥିତି, ଆଞ୍ଚଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଆଦିବାସୀଙ୍କୁ ତୁରନ୍ତ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବାରେ ପ୍ରଶାସନ ଯଦି ବିଳମ୍ବ କରେ ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି କରାଯାଇଥିଲା।ଏହି ସମ୍ମିଳନୀରେ ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାସ,ଆଞ୍ଚଳିକ ସମ୍ପାଦକ ରଙ୍କନାଥ ସ୍ୱାଇଁ, ଶ୍ରମିକ ନେତା ଜୟରାମ ଦାଶ,ଯୁବସଙ୍ଘ ରାଜ୍ୟ ସଭାପତି ପ୍ରଦୀପ ସେଠୀ,ଆଞ୍ଚଳିକ ସହ ସମ୍ପାଦକ ସତ୍ୟବାଦୀ ସ୍ୱାଇଁ,ନାରାୟଣ ସେଠୀ,କମଳ ଲୋଚନ ଗୌଡ଼,ମାଗି ନାହାକ,ଗୋପବନ୍ଧୁ ଦାସ, ନିରଞ୍ଜନ ପ୍ରଧାନ, ବିଜୟ ପ୍ରଧାନ, ଭାସ୍କର ପ୍ରଧାନ,କାଶୀନାଥ ଗୌଡ଼, ଗୁରୁବାରୀ ପ୍ରଧାନ ଙ୍କ ସମେତ ୩ ଟି ପଂଚାୟତର ୫୦୦ ରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ ।ଅଂଚଳରେ ଚାଲିଥିବା ଜଙ୍ଗଲ ଅଧିକାର ଆନ୍ଦୋଳନକୁ ଦାବୀ ପୂରଣ ପର୍ଯ୍ୟନ୍ତ ଜୋରଦାର କରାଯିବ ବୋଲି ସମସ୍ତେ ଶପଥ ନେଇଥିଲେ।

powered by social2s


ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି। ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ। ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାନ୍ତି । ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହିଞ୍ଜିଳି ଗସ୍ତ କରି ଜନସାଧାରଣଙ୍କୁ ଭେଟିବେ ।

କୋଭିଡ ଯୁଦ୍ଧରେ ଗଞ୍ଜାମବାସୀଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “କରୋନା ମହାମାରୀ ସହ ଆପଣମାନେ ଯେପରି ଲଢିଲେ, ଗଞ୍ଜାମ ଯେପରି ଲଢିଲା, ତାହା ସାରା ବିଶ୍ବ ଦେଖିଛି । ଆପଣମାନଙ୍କ ସହଯୋଗରେ ଆଜି କରୋନାକୁ ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇଛୁ। ଏ ଦିଗରେ ଗଞ୍ଜାମର ସଫଳତା ସାରା ବିଶ୍ବର ପ୍ରଶଂସା ପାଇଥିଲା । ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଆମର ପଞ୍ଚାୟତ ପ୍ରତିନିଧି ମାନଙ୍କୁ, ମିଶନ ଶକ୍ତିର ମା ମାନଙ୍କୁ ଓ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଉଛି। ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିପଦ ପୁରା ଦୂର ହୋଇନାହିଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ ।”

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ହିଞ୍ଜିଳିର ଜନସାଧାରଣଙ୍କ ସୁଖଦୁଃଖ, ସବୁଥିରେ ସେ ସେମାନଙ୍କ ସହିତ ରହିଛନ୍ତି ଓ ରହିଥିବେ । ସାରା ଓଡିଶା ସହିତ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅଞ୍ଚଳର ବିକାଶ ଉପରେ ସେ ନଜର ରଖିଛନ୍ତି ବୋଲି କହିଥିଲେ ।

ହିଞ୍ଜିଳି ସହରର ବିକାଶ ପାଇଁ 28କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଧୁନିକ ସହର ମାନଙ୍କରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ଯେପରି ପାଇପାରିବେ, ସେଥିପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ହିଞ୍ଜିଳିର ନୂତନ ପ୍ରକଳ୍ପ ଗୁଡିକ ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋଇ, ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ.ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାତନନ୍, ଗଞ୍ଜାମ ଜିଲ୍ଲାପାଳ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

powered by social2s

More Articles ...

Page 3 of 4