କଟକରୁ ଧରା ପଡ଼ିଲା ମୋବାଇଲ୍ ଚୋର
କଟକ: କଟକରୁ ଜଣେ ମୋବାଇଲ୍ ଚୋର ଗିରଫ ହୋଇଥିବା ସୂଚନା। ଅଭିଯୁକ୍ତର ନାଁ ସରୋଜ ବେହେରା। ବିଡ଼ାନାସୀ ଓ ଲାଲବାଗ ଥାନା ଅଂଚଳରୁ ୪୯ ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଶିଶୁ ଭବନକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ୍ ଫୋନ୍ ଚୋରି କରୁଥିଲା ସରୋଜ।
କଟକ: କଟକରୁ ଜଣେ ମୋବାଇଲ୍ ଚୋର ଗିରଫ ହୋଇଥିବା ସୂଚନା। ଅଭିଯୁକ୍ତର ନାଁ ସରୋଜ ବେହେରା। ବିଡ଼ାନାସୀ ଓ ଲାଲବାଗ ଥାନା ଅଂଚଳରୁ ୪୯ ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଶିଶୁ ଭବନକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ୍ ଫୋନ୍ ଚୋରି କରୁଥିଲା ସରୋଜ।
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆ ରେ ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଛି। ଚାକରା ର ଡାହାଣ ଗୋଡ଼ ରେ ଗୁଳି ବାଜିଲା ପରେ ତାକୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ପୋଲିସ୍ କୁ ଦେଖି ଚକରା ଓ ତାର ସହଯୋଗୀ ବୋମାମାଡ଼ କରିଥିଲେ। ଏଥିରେ ଦୁଇ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ, ୪ ରାଉଣ୍ଡ ଅଫୁଟା ଗୁଳି, ୬ ଟି ଅଫୁଟା ବୋମା ଓ ଏକ କାର୍ ଜବତ ହୋଇଥବା ସୂଚନା ମିଳିଛି।
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସରକାରୀ ଡାକ୍ତରଖାନାରେ ଜଣେ ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସହର ଖରା। ହସ୍ପିଟାଲରେ ମଦ ନମିଳିବାରୁ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହାଡ଼ ଭଙ୍ଗା ଚିକିତ୍ସା ପାଇଁ ଡାକ୍ତରଖାନାରେ ହୋଇଥିଲେ ଭର୍ତି।
ଭୁବନେଶ୍ୱର: ଭୁବନେଶ୍ୱର ରେ ଜଣେ ସୁନା ଦୋକାନୀଙ୍କୁ ଗୁଳି କରି ତାଙ୍କ ଭୁବନେଶ୍ୱର ସାମନ୍ତରାପୂର ଦୋକାନ ରୁ ଲୁଟ୍ କରିଛନ୍ତି ୩ ଦୁର୍ବୃତ୍ତ। ଏକ ପଲ୍ସର୍ ବାଇକ୍ ରେ ଆସି ଦୁଇ ରାଉଣ୍ଡ ଗୁଳି ଚଳାଇବା ପରେ ଦେବୀ ଦୁର୍ଗା ସୁନା ଦୋକାନ ରୁ ଲୁଟିନେଲେ ସୁନା ଗହଣା। ଦୋକାନୀଙ୍କ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଉ ଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିରିଗଡ଼ ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଥିବା ଜଣାପଡ଼ିଛି। ସୋଇଥିବା ବେଳେ ମହିଳାଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଥିବା ସୁଚନା ମିଳିଛି ଏହି ଅପରାଧ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ତେବେ ପାରିବାରିକ କଳହ ରୁ ଏହି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦିପୁର୍ ଠାରେ ତିନି ଗୋଟି ମାଙ୍କଡ଼ା ପଥର ଖଣି । ଚଳିତ ବର୍ଷ ଗୋଟିଏ ଖଣି ନିଲାମ ଦିଆଯାଇଥିଲା । ଏହାର ସୁଯୋଗ ନେଇ ନିଲାମ ଅଞ୍ଚଳ କୁ ବାଦ୍ ଦେଇ ଅନ୍ୟ ଅଞ୍ଚଳ ରୁ ପଥର କାଟି ବ୍ୟବସାୟ କରୁଥିବା ର ଅଭିଯୋଗ କୁ ଭିତ୍ତି କରି ଉପଜିଲ୍ଲାପାଳ ପ୍ରବେସନ ବିଭୁତି ଭୁଷଣ ନାୟକ ଓ ଅନ୍ୟ ସହଯୋଗୀ ମାନଙ୍କ ସହ ଯାଇ ଚଢାଉ କରିଥିଲେ ଯାହାଫଳରେ ବେପାରୀ ଓ ପ୍ରଶାସନ ମୁହାଁମୁହିଁ ହୋଇ ମାରପିଟ୍ ହୋଇଥିଲା ପ୍ରଶାସନ ପକ୍ଷରୁ ତିନି ଜଣ ଆଘାତ ହେବାସହ ଅନ୍ୟ ଜଣେ ଗୃରୁତର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଇଛନ୍ତି । ଖବରପାଇ ସଦର ପୋଲିସ ତନାଘନା ଆରମ୍ଭ କରି ଆଠ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଆହୁରି ଅନେକ ଗିରଫ ହେବା ର ସମ୍ଭାବନା ରହିଛି । ଏ ବିଷୟରେ ଜିଲ୍ଲା ପାଳ ଆହୁରି କୋଠର ନୀତି କୁ ଗ୍ରହଣ କରିଛନ୍ତି । ଯେଉଁ ମାନେ ସରକାର ଙ୍କ ରାଜସ୍ୱ ହାନି କରିବେ ବା ଚୋରି କରିବେ ସେମାନେ ପ୍ରଶାସନ ହାତରୁ ଖସି ପାରିବେ ନାହିଁ ଏ ଭଳି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ଏବେ ଦେଖିବାକୁ ବାକି ରହିଲା ଆଗକୁ କ'ଣ ଜିଲ୍ଲା ପାଳ ଙ୍କ ଆଦେଶ କେତେ କାର୍ଯ୍ୟ କରୁଛି।
ଢେଙ୍କାନାଳ: ଅନଲାଇନ ସିମ୍ ଠକେଇର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ । ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍ ଜବତ କରିଛି କ୍ରାଇମବ୍ରାଞ୍ଚ । ଏହାସହ ୪୮ଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୪ ଲକ୍ଷ ୩୨ ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଅଧିକ ପଚରାଉଚରା କରିବା ପାଇଁ 3 ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲେ ସାଇ ପ୍ରକାଶ ଦାସ, ଅବିନାଶ ନାୟକ ଓ ଦୁଷ୍ମନ୍ତ ସାହୁ ।ସୋସିଆଲ ମିଡିଆରେ ବାୟର ସେଲର ଅଫ ଓଟିପି ନାଁରେ ଏକ ଗ୍ରୁପ ରହିଥିଲା । ଏହି ଗ୍ରୁପ ଜରିଆରେ ହିଁ ବଡ଼ ଧରଣର ସ୍କାମ୍ କରାଯାଉଥିଲା । ଦୁଷ୍ମନ୍ତ ସାହୁ ଏହି ଠକେଇ ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ ଥିଲା । ଯେଉଁଥିରେ ଏହି ବଡ଼ ଧରଣର ସ୍କାମ କରାଯାଉଥିଲା । ତେବେ ପ୍ରତି ସିମ୍ 400 ଟଙ୍କାରେ ବିକୁଥିଲେ ଏହି ଅଭିଯୁକ୍ତ । ତେବେ ବିଭିନ୍ନ କମ୍ପାନୀ ସିମ୍କୁ ଅନଲାଇନ ଗ୍ରୁପ ମାଧ୍ୟମରେ ବିକ୍ରି କରୁଥିଲେ ଏହି ମାମଲାରେ ଆହୁରି ତଦନ୍ତ ବାକି ରହିଛି । ବିଗତ ଦୁଇ ବର୍ଷ ହେଲା ଏହା ସ୍କାମ୍ କରି ଆସୁଥିଲେ ଅଭିଯୁକ୍ତ । କୌଣସି ଏକ ସୂତ୍ରରୁ ଖବର ପାଇ ଏହି ଠକେଇ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।