କଟକରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଜବତ
କଟକ: କଟକ ଜିଲ୍ଲାର ନିଆଳି ଅଞ୍ଚଳରୁ ୩୦୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ଫାଇଙ୍ଗ ସ୍କ୍ୱାଡ। ଏହି ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା। ଜବତ ବ୍ରାଉନ ସୁଗାରର ମୁଲ୍ୟ ୫୦ ଲକ୍ଷ ୫୦ ହଜାର ଟଙ୍କା।
କଟକ: କଟକ ଜିଲ୍ଲାର ନିଆଳି ଅଞ୍ଚଳରୁ ୩୦୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ଫାଇଙ୍ଗ ସ୍କ୍ୱାଡ। ଏହି ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା। ଜବତ ବ୍ରାଉନ ସୁଗାରର ମୁଲ୍ୟ ୫୦ ଲକ୍ଷ ୫୦ ହଜାର ଟଙ୍କା।
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଅଫିମ ଚୋରା ଚାଲାଣ ଅଭିଯୋଗରେ ୫ ଜଣ ଗିରଫ ହୋଇଛନ୍ତି। ହରିଚନ୍ଦନପୁର ଥାନା ଠାକୁରପଡ଼ା ଗାଁ ନିକଟରୁ ୧୦ କିଲୋ ଓଜନର ଅଫିମ ଜବତ ହୋଇଥବା ସୂଚନା। ଅଭିଯୁକ୍ତଙ୍କ ଠାରୁ ଏକ କାର୍ ମଧ୍ୟ ଜବତ କରାଯାଇଛି।
ଢେଙ୍କାନାଳ: ସ୍ତ୍ରୀର କଟାମୁଣ୍ଡ ଧରି ରାସ୍ତାରେ ବୁଲିଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗାଁରେ ଘଟିଛି ଏଭକି ଅଭାବନୀୟ ଘଟଣା। ପରକୀୟ ପ୍ରୀତି ସନ୍ଦେହରେ ସ୍ତ୍ରୀର ମୁଣ୍ଡ କାଟି ହତ୍ୟା କଲା ସ୍ୱାମୀ। ପରେ କଟାମୁଣ୍ଡ ଧରି ୧୨ କିମି ଚାଲିବା ପରେ ଅଭିଯୁକ୍ତକୁ ଅଟକାଇଲେ ସ୍ଥାନୀୟ ଲୋକେ। ଜଙ୍ଗିରା ନିକଟରେ ପହଞ୍ଚି କଟା ମୁଣ୍ଡ ଜବତ କରି ଅଭିଯୁକ୍ତକୁ ଗିରଫ କଲା ପୋଲିସ।
କଟକ: କଟକ ଏସ୍ସିବି ମେଡିକାଲରୁ ଧରା ପଡ଼ିଲେ ୪ ଜଣ ଦଲାଲ। ଆଶୁଚିକିତ୍ସା ବିଭାଗରୁ ବେସରକାରୀ ହସ୍ପିଟାଲ୍ କୁ ରୋଗୀ ଚାଲାଣ କରୁଥିବା ସମୟରେ ଗିରଫ କଲା ମଙ୍ଗଳାବାଗ ପୋଲିସ।
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-କଳାହାଣ୍ଡି ସୀମାନ୍ତ ୫୯ନଂ ଜାତୀୟ ରାଜପଥ ମାତୃଗାଁ ନିକଟସ୍ଥ ଲମ୍ବା ଘାଟି ନିକଟ ପଡିଆ ଠାରେ ଗାଡି ଅଟକାଇ ଡ଼କାୟତି ପାଇଁ ଯୋଜନା କରୁଥିବା ବେଳେ ତୁମୁଡ଼ିବନ୍ଧ ପୁଲିସ ହାତରେ ତିନିଜଣିଆ ଡ଼କାୟତି ଗ୍ୟାଙ୍ଗ ଧରା ପଡ଼ିଛନ୍ତି। ଏକ ବଡ଼ ଧରଣର ଡକାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରାତ୍ରୀ କାଳୀନ ପାଟ୍ରୋଲିଂ କରୁଥିବା ସମୟରେ ତୁମୁଡିବନ୍ଧ ପୋଲିସ ଥାନା ଅଧିକାରୀ ତରୁଣ ତପନ ବେହେରା ଘଟଣା ସ୍ଥଳରେ ସଦଳବଳ ସହ ପହଞ୍ଚି ଡକାୟତ ଦଳ ଙ୍କୁ ଧରିବା ରେ ସଫଳ ହୋଇଛନ୍ତି l ଘଟଣାରୁ ପ୍ରକାଶ ଯେ, ମାତୃଗାଁର ଲମ୍ବା ଘାଟି ନିକଟରେ ଥିବା ଏକ ପଡିଆ ରେ ଉକ୍ତ ଡକାୟତ ମାନେ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତୁମୁଡିବନ୍ଧ ଥାନା ପୋଲିସ ଅଚାନକ ଚଢ଼ାଉ କରି ଡକାୟତି ଯୋଜନାରେ ବ୍ୟବହୃତ ପାଇଁ ରଖିଥିବା ଗୋଟିଏ ଧଳା ରଙ୍ଗର ମହିନ୍ଦ୍ରା ସବାରୀ ଗାଡି ନଂ.ଓଆର-୧୨ଏ-୭୩୫୩ ସହ ୫ ଗୋଟି ଛୁରୀ, ଗୋଟିଏ ଲୁହା ପାଇପ୍ ଓ ଗୋଟିଏ ସାଇକେଲ୍ ଚେନ୍ କ୍ରାଙ୍କ୍ ଜବତ କରିବା ସହ ତିନି ଜଣ ଡକାୟତ ତୁମୁଡିବନ୍ଧ ଥାନା ତେଲିମୁଣ୍ଡା ଅଞ୍ଚଳର ଉମାକାନ୍ତ ବଟକର (୨୦)ବୁଡାପଡ଼ା ଅଞ୍ଚଳର ପିଙ୍କୁ ନାୟକ (୨୧) ଏବଂ ସାରଙ୍ଗଗଡ଼ ଥାନା ଅଞ୍ଚଳ ପୁରୁଣା ସାହିର ମିଲନ ନାୟକ(୩୦) ଙ୍କୁ ଗିରଫ କରି ସେମାନଙ୍କ ନାମରେ ତୁମୁଡିବନ୍ଧ ଥାନା କେଶ ନଂ.୬୦/୨୨ ପ୍ରକାରେ ୟୁ/ଏସ୍-୩୯୯/୪୦୨/୩୫୩ ଆଇପିସି ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ରଖିବା ସହ ଏ ଘଟଣା ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ଜଣା ପଡିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି l
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନତାଇ ଗାଁରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ମୃତଦେହ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଲେ ସ୍ଥାନୀୟ ଲୋକେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କାରାଯାଇଥିବା ସନ୍ଦେହ କରାଯାଉଛି।
ବରଗଡ: ଓଡ଼ିଶା କ୍ରାଇମ ଶାଖାର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଗୁରୁବାର ଦିନ ବରଗଡ ଜିଲ୍ଲାର ବରପାଲିରୁ 14,29,500 ଟଙ୍କାର ନକଲି ନୋଟ ଜବତ କରିଛି। ଏହି ଘଟଣାରେ ବରଗଡ ଜିଲ୍ଲାର ବଳରାମ ମେହେର ଏବଂ ଉତ୍ତରପ୍ରଦେଶର ପଟ୍ଟୁ ଯାଦବ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଏସଟିଏଫ୍ ଟିମ୍ ଗିରଫ କରିଛି। ଏଥି ସହ ଏସଟିଏଫ୍ ଟିମ୍ ସେମାନଙ୍କଠାରୁ ଏକ ପ୍ରିଣ୍ଟିଂ ମେସିନ୍ ମଧ୍ଯ ଜବତ କରିଥିବାର ସୂଚନା ମିଳିଛି।