ଆଜି ପବିତ୍ର ଇଦ୍ ଉଲ୍ ଫିତର୍
ଭୁବନେଶ୍ବର: ଆଜି ସାରା ଓଡ଼ିଶାରେ ପାଳନ ହେଉଛି ଇଦ୍ ଉଲ୍ ଫିତର୍। ଭୁବନେଶ୍ବରର ୟୁନିଟ୍-୪ ଓ ୟୁନିଟ୍-୩ ମସଜିଦ୍ ରେ ସକାଳୁ ସମୁହ ନମାଜ ପାଠ ପାଇଁ ଭିଡ଼ ଦେଖିବାକୁ ମିଳିଥିଲା। ପରସ୍ପରକୁ ଆଲିଙ୍ଗନ କରି ଇଦ୍ ର ଶୁଭେଚ୍ଛା ଜଣାଉଛନ୍ତି ମୁସଲମାନ ଭାଇ ଓ ଭଉଣୀ।
ଭୁବନେଶ୍ବର: ଆଜି ସାରା ଓଡ଼ିଶାରେ ପାଳନ ହେଉଛି ଇଦ୍ ଉଲ୍ ଫିତର୍। ଭୁବନେଶ୍ବରର ୟୁନିଟ୍-୪ ଓ ୟୁନିଟ୍-୩ ମସଜିଦ୍ ରେ ସକାଳୁ ସମୁହ ନମାଜ ପାଠ ପାଇଁ ଭିଡ଼ ଦେଖିବାକୁ ମିଳିଥିଲା। ପରସ୍ପରକୁ ଆଲିଙ୍ଗନ କରି ଇଦ୍ ର ଶୁଭେଚ୍ଛା ଜଣାଉଛନ୍ତି ମୁସଲମାନ ଭାଇ ଓ ଭଉଣୀ।
ଭୁବନେଶ୍ୱର: ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଆସନ୍ତା ୨୬ ତାରିଖରେ ରଥଯାତ୍ରା ଓ ୩୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଦିନ ଭୋର ୪ ଘଟିକାରୁ ସାଢେ ଚାରି ଘଟିକା ପର୍ଯ୍ୟନ୍ତ ମଙ୍ଗଳ ଆଳତୀ ଓ ଅବକାଶ, ପରେ ପରେ ୫ ଘଟିକା ପର୍ଯ୍ୟନ୍ତ ସାହଣମେଲା ଦର୍ଶନ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ସେହିଭଳି ମଧ୍ୟାହ୍ନ ୧୦.୧୫ ଘଟିକାରୁ ୧୦.୪୫ ଘଟିକା ପର୍ଯ୍ୟନ୍ତ ଯାତ୍ରା ପୂଜା ଶେଷ ପରେ ଶ୍ରୀ ଜିଉଙ୍କ ପହଣ୍ଡି, ରଥରେ ପୂଜା, ଘୋଡା ଯୋଚା ଓ ଚାରମାଳ ଖୋଲା ପରେ ଅପରାହ୍ନ ସାଢେ ୨ ଘଟିକା ସମୟରେ ରଥଟଣା ହେବ ବୋଲି ସମୟ ନିର୍ଘଣ୍ଟ କରାଯାଇଛି । ଅନୁରୂପ ଭାବେ ବାହୁଡା଼ ଯାତ୍ରା ଦିନ ଅପରାହ୍ନ ସାଢେ ୨ ଘଟିକା ସମୟରେ ମଧ୍ୟ ରଥଟଣା ଆରମ୍ଭ ହେବ। ଉକ୍ତ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । ଅସ୍ଥାୟୀ ଭୋଗପିଣ୍ଡି, ସଫେଇ, ଆଲୋକୀକରଣ, ମନ୍ଦିରକୁ ଫୁଲରେ ସଜେଇବା, ପାନୀୟ ଜଳ ବୋତଲ ବ୍ୟବସ୍ଥା କରିବାକୁ ଭୁବନେଶ୍ୱର ମହାନଗର ନିଗମକୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ପାନୀୟ ଜଳ ଯୋଗାଣ, ରାସ୍ତା ଧୌତ, ରଥ ଆଗରେ ଓ ପଛରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବା ପାଇଁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନି ନିର୍ବାପନ, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ରାସ୍ତା ମରାମତି, ଶାନ୍ତି ଶୃଙ୍ଖଳା ରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ପରାମର୍ଶ ଦେଇଥିଲେ । ଏହି ଅବସରରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଲିଙ୍ଗରାଜ ମନ୍ଦିର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ହେମନ୍ତ କୁମାର ଭରିମାଲ୍ଲ, ବିଭାଗୀୟ ଅଧିକାରୀ ଓ ବିଭିନ୍ନ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ (Junior Teacher, Schematic) ମାନଙ୍କୁ ନିୟମିତ କରିଛନ୍ତି। ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହୋଇଛନ୍ତି। ଏହି ଶିକ୍ଷକମାନେ ସେମାନଙ୍କର ଚାକିରୀରେ ଯୋଗଦାନ ସମୟ ଠାରୁ ନିୟମିତ ହୋଇଛନ୍ତି। ତେବେ, ସେମାନେ ଚାକିରୀରେ ଯୋଗଦାନ ସମୟ ଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ Notional Benefit ପାଇବେ। ୨୦୨୬ ଜାନୁୟାରୀ ପହିଲା ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ। ସୂଚନାଯୋଗ୍ୟ ଯେ, ଏହି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ। ଆଜି ଏହି ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଶିକ୍ଷକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି।
ଭୁବନେଶ୍ବର: ଭୁବନେଶ୍ବର ସି ଆର୍ ପି ଛକ ନିକଟ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଦୋକାନରେ ଲାଗିଛି ନିଆଁ। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି।
ଜଟଣୀ: (ଶୁଭେନ୍ଦ୍ର ଶତପଥୀ) କୁଦିଆରି ଗ୍ରାମଦେବୀ ମା' ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଗୁରୁବାର ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ l ବ୍ରତଧାରୀ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ ପୂର୍ବକ ରାଜପୁଷ୍କରଣୀ ମାଝଣାରୁ ଜଳପୂର୍ଣ୍ଣ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ସ୍ଥାପନା କରାଯାଇଥିଲେ l ପ୍ରତିଦିନ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ମା ଙ୍କୁ ମହାସ୍ନାନ ପରେ ବେଶ କରାଯିବ l ଆଜି ମା ଶୈଳପୁତ୍ରୀ ବେଶରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶନ ଦେଇଥିଲେ l ଷୋଡଶ ଉପଚାର ପୂଜା,ଶପ୍ତ ସତୀ ଚଣ୍ଡୀ ଆହୁତି, ଆରତୀ ଓ ପୁଷ୍ପାଞ୍ଜଳି ଦିଆଯାଇଥିଲା l ହରେକୃଷ୍ଣ ମଙ୍ଗରାଜ ପୂଜାରେ କର୍ତ୍ତା ହୋଇଛନ୍ତି lମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା,ସଭାପତି ରାଧାମୋହନ ପଟ୍ଟନାୟକ,ସମ୍ପାଦକ ଏଲ ଡି ମହାନ୍ତି,ଅଶୋକ ଦାଶ,ଭାଗିରଥି ପ୍ରଧାନ,ପୂର୍ଣଚନ୍ଦ୍ର ସାହାଣୀ,ଜିତେନ୍ଦ୍ର ଜେନା,ପବିତ୍ର ମୋହନ ରାଣସିଂହ,ବାରିଷ୍ଟର ସୁରେଶ ମିଶ୍ର,ଚନ୍ଦ୍ରଶେଖର ପଣ୍ଡା ନିତ୍ୟ ସେବକ,ସତୀଶ ପରିଡା,ସାହିଲ ସାହାଣୀ,ବିଶ୍ୱରଂଜନ ସାହୁ,ବିକାଶ ବେହେରା ପ୍ରମୁଖ ପରିଚାଳନା କରିଥିଲେ l
ଭୁବନେଶ୍ୱର : ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ 'ପଖାଳ'ର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ରାଜ୍ୟସ୍ତରୀୟ 'ପଖାଳ ପରବ' କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପଖାଳକୁ କେବଳ ଏକ ଆହାର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ। ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ଆଜିକାଲିର ପାଶ୍ଚାତ୍ୟ ଖାଦ୍ୟ ସଂସ୍କୃତି ଭିତରେ ଆମର ଏହି ପାରମ୍ପରିକ ଖାଦ୍ୟ ଯେପରି ହଜି ନଯାଏ, ସେଥିପାଇଁ ଏହି ଦିବସଟି ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବାର ପ୍ରୟାସ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ନିଜ ପିଲାଦିନ ସହିତ ପଖାଳର ସମ୍ପର୍କ କଥା କହି ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ କେବଳ ଗରିବର ଖାଦ୍ୟ ନୁହେଁ, ବରଂ ଏହା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ 'ଟଙ୍କ ତୋରାଣି' ଏବଂ ପଖାଳ ଭୋଗ ଲାଗି ହୋଇଥାଏ। ଭଗବାନଙ୍କ ପାଖରେ ଏହି ସରଳ ଖାଦ୍ୟର ଅର୍ପଣ ଦର୍ଶାଏ ଯେ ସାଧାରଣ ଜୀବନଶୈଳୀ କେତେ ଶୁଦ୍ଧ। ପଖାଳର ସବୁଠାରୁ ବଡ଼ ଗୁଣ ହେଉଛି ଏହା 'ଜିରୋ ୱେଷ୍ଟ' ଖାଦ୍ୟ। ପଖାଳର ପ୍ରୋ- ବାୟୋଟିକ ଗୁଣ ବିଷୟରେ କହି ମୁଖ୍ୟମନ୍ତ୍ରୀ ପଖାଳରେ ଥିବା ହିତକର ଜୀବାଣୁ, ଯାହା ଦେହରେ ଥିବା ଅନିଷ୍ଟକାରି ଜୀବାଣୁଙ୍କୁ ମାରି ଦେଇ ଥାଆନ୍ତି ବୋଲି ନିଜ ଅଭିଭାଷଣରେ କହିଥିଲେ। ସେ କହିଥିଲେ ଯେ, ବିଶ୍ୱ ପଖାଳ ଦିବସ ଆଜି ଆଉ କେବଳ ଓଡ଼ିଶାରେ ପାଳନ କରାଯାଉ ନାହିଁ। ଏହା ଏବେ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଲଟିଛି। ଭାରତର ବିଭିନ୍ନ ସ୍ଥାନରେ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆମାନେ ଏହି ଦିନକୁ ଗର୍ବର ସହିତ ପାଳନ କରୁଛନ୍ତି। ପଖାଳ, ଦେଶ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ନିଜ ମାଟି ସହିତ ଯୋଡ଼ି ରଖିବାର ଏକ ମାଧ୍ୟମ ହୋଇଛି। ଏହା ଆମକୁ ଗର୍ବିତ କରୁଛି ଯେ ଆମର ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚି ପାରୁଛି। ପଖାଳ ପରବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ୱର ସମଗ୍ର ଚାଷୀ ସମାଜକୁ କୃତଜ୍ଞତା ଜଣାଇଥିଲେ ଏବଂ ଯୁବ ପିଢ଼ିଙ୍କୁ ଓଡ଼ିଆ ପରମ୍ପରାର ମୂଲ୍ୟ ବୁଝିବାକୁ ଅନୁରୋଧ କରିଥିଲେ । ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବା ବିଶ୍ୱରେ, ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମର ମୂଳ ସହିତ ମଧ୍ୟ ଯୋଡି ହୋଇରହିବା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ପଖାଳ ଦିବସ ଆଜି ଆମ ସରକାରଙ୍କ 'ବିକଶିତ ଓଡ଼ିଶା' ସଂକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ । ନିଜର ପୁରାତନ ସଂସ୍କୃତିକୁ ସୁରକ୍ଷିତ ରଖି ଆଧୁନିକତା ଆଡ଼କୁ ଦୃଢ଼ ଭାବେ ଅଗ୍ରସର ହେବା ହିଁ ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ପଖାଳ ଦିବସ ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ସମ୍ମାନ ଜଣାଇବା ଏବଂ ଏହାକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବା ପାଇଁ ଆମ ସରକାର ଯେଉଁ ନିରନ୍ତର ଉଦ୍ୟମ କରୁଛନ୍ତି, ତାହା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ନୂତନ ଆଶା ଏବଂ ଗର୍ବ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆ, ମାଲେସିଆ, ବାହାରିନ, ସିଙ୍ଗାପୁର, ସମେତ ୧୫ ଟି ରାଜ୍ୟରୁ ଆଭାସୀ ମାଧ୍ୟମରେ ଯୋଡି ହୋଇଥିବା ପ୍ରବାସୀ ଓଡ଼ିଆ ମାନଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ବିଶ୍ୱସ୍ତର ଏବଂ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରୁଥିବା ସେଫ୍ (Chef) ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ବିଶେଷକରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ୮୫୦ କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୭ କିଲୋଗ୍ରାମର ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଖାଳ, ଅବହେଳିତ ସମ୍ପ୍ରଦାୟ (underprivileged community ) ର ୨୦୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ମାନଙ୍କୁ ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପାନ୍ଥନିବାସ ଠାରେ ସମସ୍ତ ଅତିଥି ମାନଙ୍କ ସହ ଓଡ଼ିଆ ଖାଦ୍ୟ ମେଳା ବୁଲି ଦେଖିଥିଲେ ଏବଂ ପ୍ରାୟ ୩୨୬ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତିକୁ ଅନେକ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କ ସହ ପଖାଳ ଖାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି, ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି, ଶ୍ରୀ ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ମଂଚାସୀନ ଥିବା ବେଳେ ବିଧାୟକଗଣ ଏବଂ ବିଶେଷ ଅତିଥିଗଣ ଉପସ୍ଥିତ ଥିଲେ।
ଭୁବନେଶ୍ଵର: ଆଜିଠୁ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ରହିପାରେ ପ୍ରଭାବ। ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ। ଜିଲ୍ଲା ଗୁଡ଼ିକ ହେଲା ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ।