• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଭୁବନେଶ୍ବରରେ ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଘାଟିତ

Details
Odia Ray Admin
ଓଡିଶା
23 March 2026

ଭୁବନେଶ୍ୱର: ଖଦି ଆର୍ଥିକ ସମୃଦ୍ଧିର ଉତ୍ସ । ଏହା ସ୍ଵଦେଶୀ ପ୍ରୀତିର ପ୍ରତୀକ ବୋଲି ମାନ୍ୟବର ଭୁବନେଶ୍ୱର (ଏକାମ୍ର) ବିଧାୟକ ବାବୁ ସିଂ କହିଛନ୍ତି । ଭୁବନେଶ୍ବର ରାମମନ୍ଦିର ନିକଟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟଠାରେ ଆୟୋଜିତ ଓଡ଼ିଶା ଖଦି ମେଳା – ୨୦୨୬ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ସେ କହିଥିଲେ, ଦାରିଦ୍ର‌୍ୟ ଦୂରୀକରଣରେ ଖଦି ଓ ଗ୍ରାମୋଦ୍ୟୋଗର ପ୍ରମୁଖ ଭୂମିକା ରହିଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ରଶ୍ମିତା ପଣ୍ଡା ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ, ଗୋଟିଏ ସ୍ଥାନରେ ଖଦି ଉତ୍ପାଦକୁ ପ୍ରଦର୍ଶିତ କରିବା ସହ ବୁଣାକାର ଓ ଗ୍ରାମୋଦ୍ୟୋଗ କାରିଗରମାନଙ୍କ ଆର୍ଥିକ ଉନ୍ନତି ପାଇଁ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ମେଳାର ମୂଳଲକ୍ଷ୍ୟ । ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଏହି ମେଳା ୨୩ ରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ଦିବା ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ । ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ଲାଇଭ୍ ଡେମନଷ୍ଟ୍ରେସନର ବ୍ୟବସ୍ଥା ହୋଇଛି । ଏହି ମେଳାରେ ଖଦି ବସ୍ତ୍ର, ଶାଢି, ଶାଲ, ଜ୍ୟାକେଟ, ଗ୍ରାମୋଦ୍ୟୋଗ ସାମଗ୍ରୀ ଆଦି ବିକ୍ରି ହେବ । ଚଳିତଥର ମୋଟ୍ ୭୫ଟି ଷ୍ଟଲ୍ ଖୋଲାଯାଇଛି । ଓଡ଼ିଶା ସହ ତେଲେଙ୍ଗାନା, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ ରାଜ୍ୟର ବୁଣାକାର ଓ ଗ୍ରାମୋଦ୍ୟୋଗ କାରିଗରମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ପାରମ୍ପରିକ ଖାଦ୍ୟ ସହ ପ୍ରତି ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଉଦଘାଟନୀ ଉତ୍ସବରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଦସ୍ୟା ଡକ୍ଟର ଅରୁନ୍ଧତୀ ଦେବୀ, ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଚିବ ସଞ୍ଜୟ କୁମାର ମିଶ୍ର, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ରାଜ୍ୟ ନିର୍ଦ୍ଦେଶକ ସୁଭାଷ ଛେତ୍ରୀ, ଯୁଗ୍ମ ସଚିବ ପ୍ରଫୁଲ୍ଲ କୁଜୁର, ବିତ୍ତ ପରାମର୍ଶଦାତା ଚନ୍ଦ୍ରହାସ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

powered by social2s

ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗ ଜାରି ନୂଆ ଗାଇଡଲାଇନ

Details
Odia Ray Admin
ଓଡିଶା
23 March 2026

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ମାସରେ ରୌଦ୍ରତାପ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏଣୁ ପ୍ରଚଣ୍ଡ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ବର୍ଷ ଏପ୍ରିଲ ମାସ ୧ ତାରିଖରୁ ଜୁନ ମାସ ୧୫ ତାରିଖ (ତା. ୧୫.୦୬.୨୦୨୬) ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧:୦୦ ଘଣ୍ଟାରୁ ଅପରାହ୍ନ ୩:୦୦ ଘଣ୍ଟା ମଧ୍ୟରେ ସୃଷ୍ଟ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା କରିବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ବିହିତ ପଦକ୍ଷେପ ନେବା ନିମନ୍ତେ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଅଛି। ଏତଦ୍ୱାରା ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନଙ୍କର ଅଧୀନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ୧ ତାରିଖରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ନିମନ୍ତେ ପ୍ରତ୍ୟେହ ପୂର୍ବାହ୍ନ ୧୧:୦୦ ଘଣ୍ଟାରୁ ଅପରାହ୍ନ ୩:୦୦ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନ ଲଗାଇବାକୁ ବିବଦ୍ଧ ବ୍ୟବସ୍ଥା ଗ୍ରହଣ କରିବେ ଓ ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବେ। ଯଦି କୌଣସି କାର୍ଯ୍ୟ ଜରୁରୀ ବୋଲି ମନେହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଯେଉଁଥିରେ କି ଶ୍ରମିକମାନଙ୍କୁ ଉପରୋକ୍ତ ସମୟ ପାଇଁ ବିଶ୍ରାମ ଦିଆଯାଇପାରିବ ନାହିଁ, ତେବେ ଉପରୋକ୍ତ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିବେ। ଏଥିରେ ବିଶେଷ କରି ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ଏବଂ ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଓ.ଆର.ଏସ. ପ୍ୟାକେଟର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ଅଟେ। ଉପରୋକ୍ତ ପରିପ୍ରେକ୍ଷୀରେ ଜିଲ୍ଲାର ଚିକିତ୍ସାଧିକାରୀ (ସି.ଡ଼ି.ଏମ.ଓ.), ଉପମଣ୍ଡଳ ଚିକିତ୍ସାଧିକାରୀ (ଏସ.ଡ଼ି.ଏମ.ଓ.), ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପି.ଏଚ.ସି.), କମ୍ୟୁନିଟି ହେଲଥ ସେଣ୍ଟର (ସି.ଏଚ.ସି.) ଚିକିତ୍ସାଳୟ ଗୁଡ଼ିକର ଚିକିତ୍ସାଧିକାରୀ ତଥା କର୍ମଚାରୀ ରାଜ୍ୟ ବୀମା ଯୋଜନା ଅଧୀନରେ ଥିବା ଚିକିତ୍ସାଳୟମାନଙ୍କର ଚିକିତ୍ସାଧିକାରୀମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପ ଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା ସହ ରୋଗୀମାନଙ୍କର ତତ୍ ସମ୍ୱନ୍ଧୀୟ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ ଅନୁରୋଧ କରାଯାଉଛି।

powered by social2s

ଆବଶ୍ୟକତା ଅନୁଯାୟୀ ଗ୍ୟାସ୍‌ ମହଜୁଦ ଅଛି: ମନ୍ତ୍ରୀ

Details
Odia Ray Admin
ଓଡିଶା
23 March 2026

ଭୁବନେଶ୍ବର: ଓଡ଼ିଶାରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍‌ ମହଜୁଦ ଅଛି ବୋଲି ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଖାଉଟି ବିଚଳିତ ନ ହେବାକୁ ଯୋଗାଣ ପରାମର୍ଶ ଦେଲେ ମନ୍ତ୍ରୀ। ଓଡିଶାରେ କୌଣସି ଗ୍ୟାସ ସଙ୍କଟ ନାହିଁ, ପର୍ଯ୍ୟାପ୍ତ ମହଜୁଦ ରହିଛି। ୧୪ ହଜାର ଘରୋଇ ଗ୍ୟାସ୍‌ ସିଲିଣ୍ଡର ଗଚ୍ଛିତ ରହିଛି। ହୋଟେଲ୍‌ମାନଙ୍କୁ ଗ୍ୟାସ୍‌ ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଳା ବଜାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଛି। ଆଜିଠାରୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ ବୋଲି ପ୍ରକାଶ କଲେ ମନ୍ତ୍ରୀ।

powered by social2s

କୁଚିଣ୍ଡା ଓ ରେଢ଼ାଖୋଲ ଉପକାରାଗାରରେ ଚଢ଼ାଉ

Details
Odia Ray Admin
ଓଡିଶା
23 March 2026

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ ରେଢ଼ାଖୋଲ ଉପକାରାଗାରରେ ବଡ଼ ଧରଣର ଚଢ଼ାଉ ହୋଇଛି। ସକାଳ ୫ ଟାରୁ ହୋଇଥିବା ଚଢ଼ାଉରେ ସାମିଲ ଥିଲେ ଏସ୍ ଡି ପି ଓ, ୩ ଅତିରିକ୍ତ ଏସ୍ପି ଓ ୫ ଥାନା ଅଧିକାରୀ। ନିଶା କରବାର ଓ ବିଭିନ୍ନ ସମାଗ୍ରୀ ନେଇ ହୋଇଥିଲା ଚଢ଼ାଉ। ତେବେ ଚଢ଼ାଉ ପରେ କୌଣସି ଆପତ୍ତିଜନକ ସମାଗ୍ରୀ ମିଳିନଥିବା ସୂଚନା।

powered by social2s

ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀ ଙ୍କ ବନ୍ଧୁକ କାରଖାନା ଓ ମାଓ ଡମ୍ପ ଠାବ

Details
Odia Ray Admin
ଓଡିଶା
23 March 2026

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମାଓମୁକ୍ତ କରିବା ନିମନ୍ତେ ଅହରହ ପ୍ରୟାସ ଜାରି ରଖିଛନ୍ତି ଓଡ଼ିଶା ସରକାର । ଏନେଇ ବିଏସ ଏଫ ଜବାନ ଓ ଜିଲ୍ଲା ପୁଲିସ ପକ୍ଷରୁ ମାଓ ଦମନ ଅପରେସନ ଜୋରଦାର ଚାଲିଛି। ମାଓନେତା ଶୁକ୍ରୁକୁ ଧରିବା ପାଇଁ ଉଦ୍ୟମ ବେଳେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ର ବ୍ରାହ୍ମଣୀଗାଁ ନିକଟସ୍ଥ କାଟିଙ୍ଗିଆ ପଞ୍ଚାୟତର ପଣସପଦର ଗାଁ ନିକଟ ଜଙ୍ଗଲ ମଧ୍ୟରୁ ଠାବ ହୋଇଛି ଏହି ବନ୍ଧୁକ କାରଖାନା ଓ ମାଓ ଡମ୍ପ।ବ୍ରାହ୍ମଣୀଗାଁରେ ଅବସ୍ଥାପିତ ବିଏସ୍ଏଫ୍ ୧୩୬ ବାଟାଲିୟନ ସି- କମ୍ପାନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବନ୍ଧୁକ ତିଆରି କାରଖାନାରୁ ବିପୁଳ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ମାଓବାଦୀ ଙ୍କ ଗୁପ୍ତ ଆଡ୍ଡାରେ ବନ୍ଧୁକ ତିଆରି କରିବାକୁ ବିଭିନ୍ନ ସାମଗ୍ରୀ ଥିଲା । କଟର୍, ବ୍ରୋୟର୍, ଲୁହା ପାଇପ୍, ତାର, କଇଁଚି, କରତ, ଅର୍ଦ୍ଧନିର୍ମିତ ବନ୍ଧୁକ, କଟୁରି ଆଦି ଅନେକ ସାମଗ୍ରୀ0 ଏଠାରୁ ଜବତ ହୋଇଛି। କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବାକୁ ସୁରକ୍ଷାକର୍ମୀଙ୍କ ଅହରହ ପ୍ରୟାସର ଏ ଆଉ ଏକ ସଫଳତା। ଗୋଟିଏ ଦିନରେ କୋଟଗଡ଼ ବ୍ଲକ୍‌ର ପାରିଗଡ଼ରେ ମାଓ କ୍ୟାମ୍ପ୍ ଠାବ ହୋଇଥିବା ବେଳେ ଆଉ ଏକ ବ୍ରାହ୍ମଣୀଗାଁ ସ୍ଥିତ କାଟିଙ୍ଗିଆ ପଞ୍ଚାୟତ ର ପଣସପଦର ରେ ମାଓବାଦୀଙ୍କ ବନ୍ଧୁକ କାରଖାନାକୁ ଖୋଜି ବାହାର କରିବା ସହ ସେଠାରୁ ବିପୁଳ ସାମଗ୍ରୀ ଜବତ କରିଛନ୍ତି ବିଏସ୍ଏଫ୍ ଯବାନ।ମାଓବାଦୀଙ୍କୁ ମୂଳପୋଛ କରିବା ରାସ୍ତାରେ ସୁରକ୍ଷା କର୍ମୀଙ୍କ ପାଇଁ ବର୍ତ୍ତମାନ ଏକମାତ୍ର କଣ୍ଟା ହୋଇ ରହିଛି ଶୁକୁ। ତାକୁ ଠାବ କରିବା ସୁରକ୍ଷା ବାହିନୀ ପାଇଁ ଏବେ ଚ୍ୟାଲେଞ୍ଜ୍ ହୋଇଛି। ଏବେ ସୁଦ୍ଧା ରାଜ୍ୟର ପ୍ରମୁଖ ମାଓ ପ୍ରଭାବିତ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରି ସାରିଛନ୍ତି ରାଜ୍ୟ ସରକାର। ବାକି ରହିଛି କନ୍ଧମାଳ ଜିଲ୍ଲା । ମାଓବାଦୀ ଙ୍କ ବିଲୋପ ପାଇଁ ସୁରକ୍ଷା କର୍ମୀ କମ୍ବିଂ ଅପରେସନ୍ ଜାରି ରଖିଛନ୍ତି।

powered by social2s

ଜାତୀୟତାବାଦ ଏବଂ ବୌଦ୍ଧ ଧର୍ମ

Details
Odia Ray Admin
ଓଡିଶା
23 March 2026

ଭୁବନେଶ୍ବର: (ଗୌତମ ମହାନ୍ତି, ଗବେଷକ ଥିଓସୋଫିଷ୍ଟ, ଭୁବନେଶ୍ୱର): ବୌଦ୍ଧ ଜାତୀୟତାବାଦ ଧାର୍ମିକ ଜାତୀୟତାର ଏକ ପ୍ରକାର ଯେଉଁଥିରେ ବୌଦ୍ଧ ଧର୍ମ ଏବଂ ଜାତୀୟ ପରିଚୟ ଘନିଷ୍ଠ ଭାବରେ ଜଡିତ। ଏହା ବୌଦ୍ଧ ଧାର୍ମିକ ସିଦ୍ଧାନ୍ତ, ସଂସ୍କୃତି ଏବଂ ପ୍ରତୀକଗୁଡ଼ିକର ଉପାଦାନଗୁଡ଼ିକୁ ରାଜନୈତିକ ଏବଂ ଜାତିଗତ ଜାତୀୟତାବାଦ ସହିତ ମିଶ୍ରଣ କରେ। ଦେଶପ୍ରେମ ଏବଂ ବୌଦ୍ଧ ଧର୍ମ ଏକ ଜଟିଳ ଉତ୍ତେଜନାରେ ବିଦ୍ୟମାନ। ମୂଳ ବୌଦ୍ଧ ଧର୍ମ ଅନାସକ୍ତତା, ସମସ୍ତ ପ୍ରାଣୀ ପ୍ରତି କରୁଣା ଏବଂ ଅହଂକାରକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଥିଲେ ମଧ୍ୟ, ଐତିହାସିକ ଏବଂ ଆଧୁନିକ ବୌଦ୍ଧ ଧର୍ମ, ବିଶେଷକରି ଦକ୍ଷିଣ ପୂର୍ବ ଏସିଆରେ, ପ୍ରାୟତଃ ଜାତୀୟତାବାଦ ସହିତ ମିଶ୍ରିତ ହୋଇଛି, ଯାହାର ପରିଣାମ ସ୍ୱରୂପ "ବୌଦ୍ଧ ଜାତୀୟତା" ସୃଷ୍ଟି କରିଛି। ଏହା ବୌଦ୍ଧ ଧର୍ମ ଏବଂ ଜାତିକୁ ଏକକ ଲକ୍ଷ୍ୟ ଭାବରେ ରକ୍ଷା କରେ, କେତେକ ସମୟରେ ସଂଘର୍ଷକୁ ଯଥାର୍ଥ କରିଥାଏ।

 

ମୂଳ ବୌଦ୍ଧ ନୀତି ଏବଂ ଜାତୀୟତାବାଦ

 

ଅନ-ସଂଲଗ୍ନତା: ପାରମ୍ପରିକ ବୌଦ୍ଧ ଶିକ୍ଷା ତୀବ୍ର ଦେଶପ୍ରେମ ସମେତ ଦୃଢ଼ ଭାବପ୍ରବଣ ଆସକ୍ତି ବିରୁଦ୍ଧରେ ଚେତାବନୀ ଦିଏ, କାରଣ ଏଗୁଡ଼ିକ ଆବଦ୍ଧତାର (ଜାତିମାନ) ରୂପ ଯାହା ଆତ୍ମକେନ୍ଦ୍ରିକତା ଏବଂ ବିଭାଜନକୁ ଇନ୍ଧନ ଦିଏ। ସାର୍ବଜନୀନ କରୁଣା: ମେଟ୍ଟା (ପ୍ରେମ-ଦୟା) ଶିକ୍ଷାଗୁଡ଼ିକ ଏକକ ରାଷ୍ଟ୍ର-ରାଷ୍ଟ୍ରକୁ ପ୍ରାଥମିକତା ଦେବା ପରିବର୍ତ୍ତେ ଜାତୀୟତା ନିର୍ବିଶେଷରେ ସମସ୍ତ ସମ୍ବେଦନଶୀଳ ପ୍ରାଣୀଙ୍କ ପ୍ରତି କରୁଣାକୁ ଉତ୍ସାହିତ କରେ। ସ୍ଥାୟିତ୍ୱ: ରାଜନୈତିକ ଗଠନ ଏବଂ ଜାତିଗୁଡ଼ିକୁ କ୍ଷଣସ୍ଥାୟୀ ଏବଂ ସଂସାରର ଅଂଶ ଭାବରେ ଦେଖାଯାଏ, ଯାହା ସେମାନଙ୍କର ସ୍ଥିତିକୁ ଚରମ, ଅନନ୍ତ ସତ୍ତା ଭାବରେ ହ୍ରାସ କରେ ଯାହା ପ୍ରତି ଜଣେ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରତି ପ୍ରତିଜ୍ଞା କରିବା ଉଚିତ।

 

ବୌଦ୍ଧ ଜାତୀୟତାବାଦ ଏବଂ ସଂଘର୍ଷ

 

ଐତିହାସିକ ପ୍ରସଙ୍ଗ: ଏସିଆରେ ଉପନିବେଶବାଦ ବୌଦ୍ଧ ପ୍ରତିଷ୍ଠାନଗୁଡ଼ିକୁ ବିପର୍ଯ୍ୟସ୍ତ କରିଥିଲା, ଭିକ୍ଷୁମାନଙ୍କୁ ଉପନିବେଶବାଦ ବିରୋଧୀ ସହିତ ଧାର୍ମିକ ପୁନରୁଦ୍ଧାରକୁ ମିଶ୍ରଣ କରିବାକୁ ପ୍ରେରଣା ଦେଇଥିଲା, ବିଶେଷକରି ଶ୍ରୀଲଙ୍କା ଏବଂ ମିଆଁମାର ଭଳି ଦେଶରେ ଜାତୀୟ ପରିଚୟକୁ ଧାର୍ମିକ ପରିଚୟ ସହିତ ସଂଯୋଗ କରିଥିଲା। ଆଧୁନିକ ସଂଘର୍ଷ: ଶ୍ରୀଲଙ୍କା ଏବଂ ମିଆଁମାରରେ, କିଛି ଭିକ୍ଷୁ ଜାତୀୟତାବାଦୀ କାରଣଗୁଡ଼ିକୁ ଗ୍ରହଣ କରିଛନ୍ତି, କେତେକ ସମୟରେ ସଂଖ୍ୟାଲଘୁଙ୍କ ପ୍ରତି ସଂଘର୍ଷ ଏବଂ ଶତ୍ରୁତା ସୃଷ୍ଟି କରିଛନ୍ତି, ଯେପରିକି ମିଆଁମାରରେ ରୋହିଙ୍ଗ୍ୟା ସଙ୍କଟ କ୍ଷେତ୍ରରେ। ଯୁଦ୍ଧର ଯଥାର୍ଥତା: ଯଦିଓ କ୍ୱଚିତ୍ ସମର୍ଥନ କରାଯାଇଥିଲା, କିଛି ବୌଦ୍ଧ ଐତିହାସିକ ଭାବରେ ଶାସନ (ଧର୍ମ)କୁ ରକ୍ଷା କରିବା ନାମରେ କିମ୍ବା ରାଷ୍ଟ୍ର ପ୍ରତି ଏକ କର୍ତ୍ତବ୍ୟ ଭାବରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ କରିଛନ୍ତି, ପ୍ରାୟତଃ କର୍ମକୁ ଏପରି ଭାବରେ ବ୍ୟାଖ୍ୟା କରନ୍ତି ଯାହା ଘୃଣା ବିନା କାର୍ଯ୍ୟ କରିବା ଦୋଷକୁ କମ କରିଥାଏ ବୋଲି ସୂଚାଇଥାଏ।

ଦେଶପ୍ରେମ ବନାମ ଜାତୀୟତାବାଦ

 

କିଛି ବୌଦ୍ଧ ନିଜର ସ୍ଥାନୀୟ ସମ୍ପ୍ରଦାୟର ସେବା କରିବା ପାଇଁ ଏକ ଗଠନମୂଳକ, କରୁଣାପୂର୍ଣ୍ଣ ଇଚ୍ଛା ଏବଂ ଏକ ସ୍ୱତନ୍ତ୍ର, ଅହଂକାର-ଚାଳିତ ଜାତୀୟତାବାଦ ମଧ୍ୟରେ ପାର୍ଥକ୍ୟ କରନ୍ତି ଯାହା ଲୋକଙ୍କୁ ବିଭାଜିତ କରେ, ଯେପରି ସୁତ୍ତସେଣ୍ଟ୍ରାଲରେ ଆଲୋଚନା କରାଯାଇଛି। ତେଣୁ, ବୌଦ୍ଧ ଧର୍ମର ମୂଳ ଦର୍ଶନ ବିଶ୍ୱବାଦୀ ଏବଂ ଅଣ-ସଂଲଗ୍ନ ହୋଇଥିଲେ ମଧ୍ୟ, ଏହାର ବ୍ୟବହାରିକ ପ୍ରୟୋଗ ପ୍ରାୟତଃ ସ୍ଥାନୀୟ ସାଂସ୍କୃତିକ ଏବଂ ରାଜନୈତିକ ଆବଶ୍ୟକତା ସହିତ ମିଶ୍ରିତ ହୁଏ, ଯାହା ଦେଶପ୍ରେମର ବିଭିନ୍ନ ରୂପ ପ୍ରକାଶ କରେ।

 

ସୌଜନ୍ୟ: MH ଲଜ୍ ଏବଂ ଗ୍ରୁପ୍ ( ଏକ ଅଧ୍ୟୟନ କେନ୍ଦ୍ର ଥିଓସୋଫି)।

powered by social2s

୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ, ପ୍ରାୟ ୩୨୦ କୋଟିର ୧୨୪ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
22 March 2026

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଆଜି ଭୁବନେଶ୍ଵର ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ପ୍ରାୟ ୩୨୦ କୋଟି ଟଙ୍କାର ବ୍ୟୟ ବରାଦରେ ସମୁଦାୟ ୧୨୪ ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ । ତେଣୁ ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କୁ ଶପଥ ନେବାକୁ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ଜଳ ଦିବସରେ ଜଳ ଅପଚୟ ନ କରିବାର ବାର୍ତ୍ତା ପ୍ରତିଟି ଘରେ ପହଞ୍ଚିବା ଦରକାର । ପିଲାମାନଙ୍କୁ ସ୍କୁଲରୁ ହିଁ ପାଣି ବଞ୍ଚେଇବାର ଶିକ୍ଷା ଦେବାକୁ ପଡ଼ିବ କାରଣ ସେମାନେ ହିଁ ଆଗାମୀ ଦିନର ଜଳ ସୈନିକ । ଆମେ ପାଣି ନଷ୍ଟ କରିବା ନାହିଁ ଏବଂ ବର୍ଷାପାଣିକୁ ସଞ୍ଚୟ କରି ମାଟିକୁ ସଜଳ ରଖିବା ବାର୍ତ୍ତା ସହ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ୍‌କୁ ଏକ ବୈପ୍ଲବିକ ଯୋଜନା ବୋଲି କହି ମୁଖ୍ୟମନ୍ତ୍ରୀ ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଜଳାଭାବକୁ ଦୂର କରିବା ବୋଲି ସଂକଳ୍ପ ନେବା ବୋଲି କହିଥିଲେ । ଜଳ ଶକ୍ତି ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣକୁ ଏକ ଜାତୀୟ ପ୍ରାଥମିକତା ଭାବେ ଗ୍ରହଣ କରିବା ଏବଂ Catch the Rain ମାଧ୍ୟମରେ ମହିଳାମାନଙ୍କୁ ଜଳ ଗୁଣବତ୍ତା ପରୀକ୍ଷା ଏବଂ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏହା ଫଳରେ ଜଳ ସେବା କ୍ଷେତ୍ରରେ ଆମେ କୌଣସି ବି ବର୍ଗଙ୍କୁ ପଛରେ ପକାଇବୁ ନାହିଁ ଏବଂ ସମସ୍ତଙ୍କ ପାଇଁ ସୁଲଭ ଜଳ ଉପଲବ୍‌ଧ ହେବ । ଜଳ ପରିଚାଳନାରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଜଳ ସୁରକ୍ଷା ହେଉଛି ପ୍ରମୁଖ ସର୍ତ୍ତ । ଏଥିପାଇଁ ମହିଳା ଏବଂ ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡିକୁ ଜଳସାଥୀ ଭାବେ ନିୟୋଜିତ କରାଯାଇଛି । ସେଥିପାଇଁ ଚଳିତ ବର୍ଷର ବିଶ୍ୱ ଜଳ ଦିବସର ବିଷୟବସ୍ତୁ ‘ଜଳ ଏବଂ ଲିଙ୍ଗଗତ ସମାନତା’ (Water and Gender) କୁ ଆଧାର କରି ସମସ୍ତ ରାଜ୍ୟବାସୀଙ୍କୁ ଜଳ ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ରାଜ୍ୟରେ ବିଭିନ୍ନ ଜଳଭିତ୍ତିକ ଯୋଜନା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳର ଅଭାବ ଗରିବ ଲୋକଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରେ । ତେଣୁ ସମାଜରେ ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ପାଖରେ ବିଶୁଦ୍ଧ ଜଳ ପହଞ୍ଚାଇବା ଆମ ଅନ୍ତ୍ୟୋଦୟ ନୀତିର ଅଂଶ ବିଶେଷ । ଆମ ସରକାର ମିଶନ୍ ପାୱାର୍ ଅଧୀନରେ ପ୍ରତିଟି ଅପହଞ୍ଚ ଗାଁ, ଏବଂ ପଛୁଆ ଅଞ୍ଚଳକୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ କାର୍ଯ୍ୟ କରୁଛି । କୃଷି କ୍ଷେତ୍ରରେ ପ୍ରତି ବୁନ୍ଦା ଜଳରେ ଅଧିକ ଫସଲ ନୀତିକୁ ଆମେ ପ୍ରୋତ୍ସହିତ କରୁଛୁ । ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ମାଧ୍ୟମରେ ବୃକ୍ଷ ରୋପଣ କରିବାରେ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥାନ ଅଧିକାର କରିଛି । ଆଗାମୀ ଦିନରେ ଜଳକୁ ନେଇ ଯେପରି କୌଣସି ବିବାଦ ନ ହୁଏ, ସେଥିପାଇଁ ମଧ୍ୟ ଆମ ରାଜ୍ୟ ସନ୍ତୁଳିତ ଜଳ ନୀତି ପ୍ରସ୍ତୁତ କରିଛି । ଆଗାମୀ ଦିନମାନଙ୍କରେ ଓଡ଼ିଶାର ଜଳ ସେଚନ ସୁବିଧା ପାଇଁ ଶସ୍ୟର ସାନ୍ଦ୍ରତା ବା Crop Intensity କୁ ୨୦୩୬ ସୁଦ୍ଧା ୨୨୦ ପ୍ରତିଶତ ଏବଂ ୨୦୪୭ ସୁଦ୍ଧା ୨୫୦ ପ୍ରତିଶକୁ ବୃଦ୍ଧି କରିବା ହେଉଛି, ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଛଡା ଭୂତଳ ଜଳ ପୁନର୍ଭରଣ ପାଇଁ ଛାତ ଯୋଜନା ଏବଂ ଅରୁଆ ଯୋଜନା ଅଧିନରେ ଅନେକ ରିଚାର୍ଜ ଶାଫ୍ଟ ପ୍ରସ୍ତୁତ ସମ୍ପୂର୍ଣ୍ଣ କରାଯାଇଛି । କେନାଲ ଲାଇନିଂ ସିଷ୍ଟମ, ରିହାବିଲିଟେସନ୍ ପ୍ରୋଗ୍ରାମ୍, ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ଏବଂ କୁସୁମୀ ସ୍ମାର୍ଟ ଜଳସେଚନ ପ୍ରକଳ୍ପର ସଫଳତା ଆମର ୨୧ ମାସର କାର୍ଯ୍ୟକାରିତାରେ ଏକ ଉତ୍ସାହଜନକ ନିଦର୍ଶନ ଏବଂ ବିଭିନ୍ନ ଜଳସେଚନ ଯୋଜନା ମାଧ୍ୟମରେ ପ୍ରାୟ ୨ ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଜଳର ଉପଯୁକ୍ତ ବ୍ୟବହାର ଏବଂ ଶୁଦ୍ଧ ପାନୀୟ ଜଳର ଉପଲବ୍‌ଧତାକୁ ବୃଦ୍ଧି କରିବା ବର୍ତ୍ତମାନର ଆବଶ୍ୟକତା । ଏଣୁ ଓଡ଼ିଶା ଭିଜନ ଡକୁମେଣ୍ଟ ୨୦୩୬ ଏବଂ ୨୦୪୭ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜଳ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ । ଏଣୁ ଆମେ ସମସ୍ତେ ସଂକଳ୍ପ ନେବା ଯେ, ଜଳ ପରିଚାଳନରେ ପୁରୁଷ ଓ ମହିଳାଙ୍କ ସମାନ ଭାଗୀଦାରି ଦ୍ୱାରା ହିଁ ଆମେ ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିବା । ଜଳକୁ ଜୀବନ ଭରି ଭଲ ପାଇବା ଓ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜୀବ ଭବନ ଠାରେ ଶିଶୁ ଯତ୍ନ କେନ୍ଦ୍ର ‘‘କଳିକା’’ର ଉଦଘାଟନ ହେବା ସହିତ ଏଆଇ (AI) ଚାଳିତ ନାଗରିକ ମତାମତ ବ୍ୟବସ୍ଥା ‘ବିନ୍ଦୁ’ ଚାଟବୋଟ’ର ପ୍ରୟୋଗିକ ଶୁଭାରମ୍ଭ କରିଥିଲେ। ଏଥି ସହିତ ଜଳ ସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ଏକ କଫି ଟେବୁଲ ବୁକ୍ ‘ସୁଜଳା’ ଏବଂ ନଦୀ ମାନଚିତ୍ର ବହିର ଉନ୍ମୋଚନ ମଧ୍ୟ ହୋଇଥିଲା । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଥିଲେ ଯେ, ଯେଉଁ ସ୍ଥାନ ମାନଙ୍କରେ ଲୋୟର ଲେଭେଲ୍ ବ୍ରିଜ୍ ମାନଙ୍କୁ ଭଙ୍ଗାଯାଇ ଅଧିକ ଉଚ୍ଚତା ବିଶିଷ୍ଟ ବ୍ୟାରେଜ ନିର୍ମାଣ କରାଯାଉଛି, ସେ ସ୍ଥାନରେ ପୁରୁଣା ନିମ୍ନ ସ୍ତରରେ ଥିବା ବ୍ରିଜ୍ ମାନଙ୍କୁ ଭଙ୍ଗା ନ ଯାଇ ସେ ସବୁରେ ଗେଟ୍ ଲଗାଇ ଜଳ ସଂରକ୍ଷଣ ନିମିତ୍ତ ବ୍ୟବହାର କରାଯାଉ । ଏହି ପ୍ରସ୍ତାବକୁ ଷ୍ଟଡି କରି ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ ପ୍ରତିବିମ୍ୱକୁ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଲିଙ୍ଗରାଜ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

powered by social2s

More Articles ...

  1. ଜଳ ଅଧିକାର ସଂରକ୍ଷଣ
  2. ନବରାତ୍ରୀ ଏବଂ ବୌଦ୍ଧ ଧର୍ମ
  3. ପୁରୀ ସମୁଦ୍ରରେ ଭାସିଯାଉଥିବା ପର୍ଯ୍ୟଟକ ଉଦ୍ଧାର
Page 203 of 2255
  • Start
  • Prev
  • 198
  • 199
  • 200
  • 201
  • 202
  • 203
  • 204
  • 205
  • 206
  • 207
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.