• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ମଦ୍ୟପ ଶିକ୍ଷକଙ୍କ ଦରମା ବନ୍ଦ

Details
Odia Ray Admin
ଓଡିଶା
02 December 2025

ବୌଦ୍ଧ: ବୌଦ୍ଧ ଜିଲ୍ଲା ଝାରଖମଣ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଦରମା ବନ୍ଦ କଲେ ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀ। ମଦ୍ୟପାନ କରି ସ୍କୁଲକୁ ଆସିବା ଯୋଗୁଁ ଶିକ୍ଷକ ସୁରମଣି ମଲ୍ଲିକଙ୍କ ଗୋଟିଏ ଦିନର ଦରମା ବନ୍ଦ ସହ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। ୩୦ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

powered by social2s

ଡିସେମ୍ବର ୪ ରୁ ଓଡ଼ିଶାରେ ବଢ଼ିବ ଶୀତ

Details
Odia Ray Admin
ଓଡିଶା
02 December 2025

ଭୁବନେଶ୍ବର: ଡିସେମ୍ବର ୪ ତାରିଖରୁ ଓଡ଼ିଶାରେ ପୁଣି ବଢ଼ିବ ଶୀତ। ଆଜି ଓ ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ। ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ଖସିବା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଡ ସରତ ସାହୁ। ଆସନ୍ତା ୧୦-୧୧ ତାରିଖରେ ଶୀତ ଲହରୀ ସମ୍ଭାବନା ରହିଛି ।

powered by social2s

ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Details
Odia Ray Admin
ଓଡିଶା
01 December 2025

ଭୁବନେଶ୍ୱର: ଏକ ସୁସ୍ଥ ଓ ସନ୍ତୁଳିତ ସମାଜ ଗଠନ କରିବାକୁ ହେଲେ ସମାଜର ପ୍ରତ୍ୟେକ ବର୍ଗର, ପ୍ରତ୍ୟେକ ବ୍ୟକ୍ତିର ପ୍ରଗତି ଓ ସୁରକ୍ଷା ଆବଶ୍ୟକ । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମଧ୍ୟରେ ମଧ୍ୟ ପ୍ରତିଭା ରହିଛି, ସାମର୍ଥ୍ୟ ରହିଛି । ଏଣୁ ସେମାନଙ୍କର ସାମାଜିକ, ଅର୍ଥନୈତିକ, ବୌଦ୍ଧିକ ବିକାଶ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଲେ ସେମାନେ ମଧ୍ୟ ରାଜ୍ୟର ପ୍ରଗତିରେ ନିଜର ଯୋଗଦାନ ଦେଇପାରିବେ । ଭିନ୍ନକ୍ଷମମାନେ କେବଳ ସମର୍ଥନର ହିତାଧିକାରୀ ନୁହଁନ୍ତି ବରଂ ମାନବସମାଜ ପାଇଁ ସେମାନଙ୍କର ଅନେକ ଅବଦାନ ରହିଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି । ଆଜି ସୋଆ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ସଶକ୍ତିକରଣ ଏବଂ ଅନ୍ତର୍ଭୂକ୍ତିକରଣ ହେଉଛି ସ୍ଥାୟୀ ବିକାଶର ମୂଳ ଭିତ୍ତିଭୂମି । ଭିନ୍ନକ୍ଷମ ବ୍ୟକ୍ତିମାନେ ସବୁ କ୍ଷେତ୍ରରେ ସମାନ ଭାବେ ଅଂଶଗ୍ରହଣ କରିପାରିଲେ, ପ୍ରକୃତ ପ୍ରଗତି ସମ୍ଭବ ହୋଇପାରିବ । ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପ୍ରଦାନ କରିବା କ୍ଷେତ୍ରରେ ଏକ ଦାୟିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଅଛି । ଆମର ଲୋକପି୍ରୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱରେ ଓଡ଼ିଶା ସରକାର ସର୍ବଦା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର, ମର୍ଯ୍ୟାଦା ଏବଂ କଲ୍ୟାଣକୁ ପ୍ରମୁଖ ଦେଇଆସୁଛି । ରାଜ୍ୟ ସରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନର କଭରେଜକୁ ବିସ୍ତାର କରିବା ପାଇଁ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି ଏବଂ ଅଧିକ ଭିନ୍ନକ୍ଷମଙ୍କୁ ଏହାର ପରିସରକୁ ଆଣିପାରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶିକ୍ଷା, ଜୀବିକା, ସାମାଜିକ ଅଂଶଗ୍ରହଣ, ନେତୃତ୍ୱ ଏବଂ ସେବା ପ୍ରଦାନ ପରି ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ, ସୁରକ୍ଷା ଏବଂ ପୂର୍ଣ୍ଣ ଅନ୍ତର୍ଭୁକ୍ତିକରଣ ନିମନ୍ତେ ପ୍ରୟାସ ଜାରି ରଖିଛି । ଏବେ ରାଜ୍ୟ ସରକାର ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ଥିବା ବ୍ୟକ୍ତିଙ୍କୁ ମାସିକ ୩୫୦୦ ଟଙ୍କା ସହାୟତା ଦେଉଛନ୍ତି । ଏହା ସେମାନଙ୍କ ଜୀବନନିର୍ବାହରେ ନିଶ୍ଚିତ ରୂପେ ପରିବର୍ତ୍ତନ ଆଣିବ । ସାଇନ୍‌ ଲାଙ୍ଗୁଏଜ୍‌ର ପ୍ରସାର ପାଇଁ ଦକ୍ଷ ଶିକ୍ଷକ ସୃଷ୍ଟି କରାଯିବା ସହ ୬୦ ଜଣ ଦୃଷ୍ଟିହୀନଙ୍କୁ ଭାରତୀୟ ବିଦ୍ୟା ଭବନରେ କମ୍ପୁ୍ୟଟର ଶିକ୍ଷା ଦିଆଯାଉଛି । ଗତବର୍ଷ ଭିନ୍ନକ୍ଷମ ଶିଳ୍ପୀ ଓ କଳାକାରଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ‘ନିନାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭିନ୍ନକ୍ଷମ ଶିଶୁଙ୍କ ଉପଚାର ପାଇଁ ମୟୂରଭଞ୍ଜର ବାରିପଦା ସମେତ ରାଜ୍ୟର ତିନୋଟି ସ୍ଥାନରେ ରିହାବିଲିଟେସନ୍‌ ସେଣ୍ଟର କାର୍ଯ୍ୟକରୁଛି । ଆଗାମୀ ଦିନରେ ଏପରି ଅଧିକ ସେଣ୍ଟର ଖୋଲିବାର ଯୋଜନା ରହିଛି ବୋଲି ଉଲ୍ଲେଖ କରି ଏ ଦିଗରେ ନିଜର ପୂର୍ଣ୍ଣ ସମର୍ଥନ ଦେବାକୁ ସେ ଉପସ୍ତିତ ସେ୍ୱଚ୍ଛାସେବୀ ସଂଗଠନ ଏବଂ ଜନସାଧାରଣଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଅନୁରୋଧ କରିଥିଲେ । ଭୁବନେଶ୍ୱର-ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ତାଙ୍କ ବକ୍ତବ୍ୟରେ ଭିନ୍ନକ୍ଷମ ଶିଶୁମାନେ ଯେପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ, ସେ ଦିଗରେ ସମାଜର ପ୍ରତ୍ୟେକ ସ୍ତରରୁ ଉଦ୍ୟମ ହେବା ଆବଶ୍ୟକ । ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାର ଉନ୍ମେଷ ଓ ବିକାଶ ପାଇଁ ଅଭିଭାବକଙ୍କଠାରୁ ଆରମ୍ଭ କରି ଶିକ୍ଷକ ଏବଂ ସମାଜକର୍ମୀମାନେ ଆଗକୁ ଆସିବାକୁ ଅନୁରୋଧ କରି ବିଧାୟକ ଶ୍ରୀ ସିଂ କହିଲେ ଯେ ଏବେ ଭିନ୍ନକ୍ଷମ ବ୍ୟକ୍ତିମାନେ ସମାଜର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ସରକାର ମଧ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ସରକାରୀ ଚାକିରିରେ ସୁବିଧା ଦେଉଛନ୍ତି । ଏ ଦିଗରେ ଅନ୍ୟ ସଂସ୍ଥାମାନେ ମଧ୍ୟ ଆଗକୁ ଆସି ସେମାନଙ୍କ ଦକ୍ଷତା ଅନୁଯାୟୀ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରଚେଷ୍ଟା କରିବା ଆବଶ୍ୟକ । ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ. ପାତ୍ର ମଧ୍ୟ ବକ୍ତବ୍ୟ ରଖିଥିଲେ । ସ୍ୱତନ୍ତ୍ର ଶାସନ ସଚିବ ସୁଶ୍ରୀ ରଜନୀ ଜାନୀ ସ୍ୱାଗତ ଭାଷଣ ଦେଇ ଓଡ଼ିଶାର ବିକାଶରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ‘ବାଣୀଶ୍ରୀ’ ପୋର୍ଟାଲକୁ ଉନ୍ମୋଚନ କରି ଏହି ପୋର୍ଟାଲରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ବାଣୀଶ୍ରୀ ବୃତ୍ତି ପାଇଁ ଆବେଦନ କରିବା ସହଜ ହେବ ବୋଲି ଆଶାପ୍ରକାଶ କରିଥିଲେ । ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ୧୩ ଜଣ ଭିନ୍ନକ୍ଷମଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବିଭାଗୀୟ ନିର୍ଦ୍ଦେଶକ ସୁଶ୍ରୀ ପାରୁଲ ପଟାୱରୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭାରତୀୟ ଭିନ୍ନକ୍ଷମ ମହିଳା କି୍ରକେଟ୍‌ ଦଳକୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ୪ ଜଣ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଖେଳାଳୀମାନେ ଓଡ଼ିଶାର ଗର୍ବ ଏବଂ ଅନ୍ୟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଆଦର୍ଶ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ । ମନ୍ତ୍ରୀ ଶ୍ରୀ ଗଣ୍ଡ ଏବଂ ବିଧାୟକ ଶ୍ରୀ ସିଂ ଏହି ଖେଳାଳୀମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌.ଏସ୍‌. ଗୋପାଳନ୍‌, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସୋନିଆ ବେହେରା ଓ ଶ୍ରୀ ଭାସ୍କର ରାଇତୁ, ଦୀପକ ରାଉତରାୟ, ଉପଶାସନ ସଚିବ ଶ୍ରୀ ସନ୍ନ୍ୟାସୀ ବେହେରା, ବସନ୍ତ କୁମାର ବେହେରାଙ୍କ ସମେତ ସଫଳତା ଓ ଉତ୍କର୍ଷ ହାସଲ କରିଥିବା ଭିନ୍ନକ୍ଷମ ବ୍ୟକ୍ତିତ୍ୱ, ବହୁ ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ ଏହି ଉତ୍ସବ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆଜି ସକାଳେ କଳିଙ୍ଗ ଷ୍ଟୁଡିଓ ଠାରୁ ସୋଆ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ୱାକାଥନ୍‌ର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର-ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ. ନନ୍ଦ ପତାକା ଦେଖାଇ ଏହି ୱାକାଥନ୍‌ର ଶୁଭାରମ୍ଭ କରିଥିଲେ । ଏହି ୱାକାଥନ୍‌ରେ ବହୁ ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସେ୍ୱଚ୍ଛାସେବୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନସାଧାରଣ ବହୁସଂଖ୍ୟାରେ ଭାଗ ନେଇଥିଲେ । ପରେ ସୋଆ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ପାରା-ଆଇଲେଟିକ୍‌ର ଶୁଭ ଉଦ୍‌ଘାଟନ ହୋଇଥିଲା ।

powered by social2s

‘ରାଜ ଭବନ’ ର ନାମ ପରିବର୍ତ୍ତିତ ହୋଇ ହେଲା ‘ଲୋକ ଭବନ’

Details
Odia Ray Admin
ଓଡିଶା
01 December 2025

ଭୁବନେଶ୍ୱର: ଆନୁଷ୍ଠାନିକ ଭାବରେ 'ରାଜ ଭବନ' ର ନାମ ପରିବର୍ତ୍ତନ କରାଯାଇ 'ଲୋକ ଭବନ' ନାମରେ ନାମିତ କରାଯାଇଛି। ଏହି ପରିବର୍ତ୍ତନ ସମ୍ପର୍କରେ ରାଜ ଭବନ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଏହା ଓଡ଼ିଶାର ପ୍ରଶାସନିକ ପରିଚୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି। ୨୦୨୪ ମସିହାରେ ରାଜ୍ୟପାଳଙ୍କ ସମ୍ମିଳନୀ ସମୟରେ ହୋଇଥିବା ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ଉପନିବେଶ ଯୁଗର ଶବ୍ଦରୁ ଦୂରେଇ ଯାଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ ​​କରିବା ପାଇଁ ସମଗ୍ର ଭାରତରେ ରାଜ ଭବନ ମାନଙ୍କର ନାମକୁ 'ଲୋକ ଭବନ' ନାମରେ ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟପାଲ ଡ. କମ୍ଭମପାଟି କହିଛନ୍ତି ଯେ ନୂତନ ନାମକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଅନୁଯାୟୀ ସୁଦୃଢ଼ ​​ଜନସଂଯୋଗ ଏବଂ ଅଂଶଗ୍ରହଣ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ରାଜ୍ୟପାଳ କହିଛନ୍ତି ଯେ, 'ଲୋକ ଭବନ' ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ ଅଟେ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ କରିବା, ଶାସନ ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ସୁନିଶ୍ଚିତ କରିବାର ବ୍ୟାପକ ଦୃଷ୍ଟିକୋଣ ସହିତ ସମନ୍ୱିତ। ' ଲୋକ ଭବନ ' ଜନସାଧାରଣଙ୍କ ସହଭାଗିତା ଏବଂ ପରାମର୍ଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିଵ ।ସମସ୍ତଙ୍କ ପାଇଁ ସୁଗମତା ଉପରେ ଧ୍ୟାନ ଦିଆଯିବ ବୋଲି ରାଜ୍ୟପାଳ କହିଛନ୍ତି। ଏହି ନାମ ପରିବର୍ତ୍ତନ ସହିତ ଓଡ଼ିଶା ଉପନିବେଶବାଦୀ ନାମଗୁଡ଼ିକରୁ ଦୂରେଇ ଯାଇ ଶାସନ ପାଇଁ ଏକ ଲୋକ-କେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ ଭବନକୁ ' ଲୋକ ଭବନ ' ଭାବରେ ନାମକରଣ କରିବା ଏକ ମାଇଲଖୁଣ୍ଟ I ଏହା ଗୌରବ, ଗଣତନ୍ତ୍ର ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଦ୍ୱାରା ପରିଚାଳିତ ଭବିଷ୍ୟତକୁ ପ୍ରତିଫଳିତ କରେ।

powered by social2s

ଜୁଆଆଡ୍ଡାରେ ଚଢ଼ାଉ, ୧୧ ଅଟକ

Details
Odia Ray Admin
ଓଡିଶା
02 December 2025

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା କାଦବସା ଗାଁର ସତନାମିପଡାରେ ଜୁଆଆଡ୍ଡାରେ ଚଢ଼ାଉ କରିଛି ପୋଲିସ। ଘଟଣାସ୍ଥଳରୁ ୧୧ ଜଣଙ୍କୁ ଅଟକ ରଖାଯାଇଛି। ଧରା ପଡ଼ିଥିବା ଜୁଆଡିଙ୍କ ନିକଟରୁ ୬୪ ହଜାର ୫୦୦ ଟଙ୍କା,୪ଟି ବାଇକ୍‌ ଓ ୧୧ଟି ମୋବାଇଲ୍ ଜବତ ଜବତ କରାଯାଇଛି। ବିଳମ୍ବିତ ରାତିରେ ଚାଲିଥିଲା ଜୁଆଆଡ୍ଡା।

powered by social2s

କୋଣାର୍କ ଅର୍କ କ୍ଷେତ୍ରରେ ଆରମ୍ଭ ହେଲା ୩୬ ତମ କୋଣାର୍କ ଉତ୍ସବ ଓ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫

Details
Odia Ray Admin
ଓଡିଶା
01 December 2025

କୋଣାର୍କ : ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଉଦ୍ଘାଟିତ ହୋଇଯାଇଛି ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ । ଏହି ଉତ୍ସବକୁ ପ୍ରଥମ ଦିନ ମୁଖ୍ୟଅତିଥି ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଉଦ୍ ଘାଟନ କରିଛନ୍ତି ତାଙ୍କ ସହିତ ଡକ୍ଟର ପ୍ରିୟଙ୍କା ମାରାଣ୍ଡୀ, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଜଗତସିଂହପୁରର ମାନ୍ୟବର ସାଂସଦ ଡ଼. ବିଭୁ ପ୍ରସାଦ ତରାଇ, ମାନ୍ୟବର ବିଧାୟକ ପିପିଲି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟକ ସତ୍ୟବାଦୀ ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର, ମାନ୍ୟବର ବିଧାୟିକା ବ୍ରହ୍ମଗିରି ଶ୍ରୀମତୀ ଉପାସନା ମହାପାତ୍ର, ମାନ୍ୟବର ବିଧାୟକ କାକଟପୁର ତୁଷାରକାନ୍ତି ବେହେରା, ମାନ୍ୟବର ବିଧାୟକ ପୁରୀ ଶ୍ରୀଯୁକ୍ତ ସୁନୀଲ କୁମାର ମହାନ୍ତି, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୀପଙ୍କର ମହାପାତ୍ର, ପୁରୀର ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟ ଜ୍ୟୋତି ପରିଡା ଓ ପୁରୀର ଆରିକ୍ଷକ ଶ୍ରୀଯୁକ୍ତ ପ୍ରତୀକ ସିଂହ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ l ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଇଥାଏ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ । ଚନ୍ଦ୍ରଭାଗା କୂଳରେ ଓ କୋଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ । ଏ ବର୍ଷ ଆମ ଭାରତ ବର୍ଷରୁ ପ୍ରାୟ ୧୪୦ ଜଣ ଶିଳ୍ପି ଯୋଗ ଦେଇଛନ୍ତି, ସେଥିରୁ ୪୦ ଜଣ ମହିଳା ଓ ୯୫ ଜଣ ପୁରୁଷ । ସ୍ପେନ୍, ରୁଷିଆ, ଜାପାନ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କାରୁ ପ୍ରାୟ ୫ ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ପହଞ୍ଚିଛନ୍ତି ଚନ୍ଦ୍ରଭାଗା ବେଳାଭୂମିରେ ତାଙ୍କ କଳା ନୈପୁଣ୍ୟକୁ ରୂପ ଦେବା ପାଇଁ । କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନରେ ଥିଲା ଶ୍ରୀମତୀ ସୋନାଲୀ ମହାପାତ୍ରଙ୍କ ନୃତ୍ୟ ଅନୁଷ୍ଠାନ ନୃତ୍ୟ ଉପାସନା ପିଠର ଶିଳ୍ପୀମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ । ସେମାନଙ୍କ ପ୍ରଥମ ପ୍ରସ୍ତୁତିରେ ଥିଲା ସନ୍ଥ ତୁଳସୀଦାସଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶା ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଅଭିରାମ ନନ୍ଦ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ସୋନାଲୀ ମହାପାତ୍ର । ସେମାନଙ୍କ ଦିତୀୟ ପ୍ରସ୍ତୁତିରେ ଥିଲା ସାରଙ୍ଗ ପଲ୍ଲବୀ ଏକ ଶୁଦ୍ଧ ନୃତ୍ୟ ଖଣ୍ଡ ଯେଉଁଥିରେ ଗତି ଏବଂ ସଙ୍ଗୀତ ଏକ ପ୍ରସ୍ଫୁଟିତ ଫୁଲ ପରି ସୁନ୍ଦର ଭାବରେ ପ୍ରକଟିତ ହୁଏ । ଏହା ରାଗର ସୌନ୍ଦର୍ଯ୍ୟକୁ ବିସ୍ତାରିତ କରେ, ତାଳ, ମାଧୁର ଏବଂ ନୃତ୍ୟ ନିର୍ଦ୍ଦେଶନାକୁ ଏକ ସୁସଙ୍ଗତ ଠାଣିରେ ବାନ୍ଧିରଖେ ଯାହାର ନୃତ୍ୟ ସଂରଚନା ଗୁରୁ ଶ୍ରୀମତୀ ସୋନାଲି ମହାପାତ୍ର ଓ ସଙ୍ଗୀତ ଏବଂ ତାଳ ସଂଯୋଜନା ଶ୍ରୀ ନିର୍ମଳ କୁମାର ମହାପାତ୍ର କରିଥିଲେ । ଶେଷରେ ନୃତ୍ୟ ଉପାସନା ପିଠର ଶିଳ୍ପୀମାନଙ୍କ ପ୍ରସ୍ତୁତିରେ ଥିଲା ଚାରି ଯୁଗ ଦେବୀ । ଯେଉଁଥିରେ ଦେବୀ ଦୁର୍ଗାଙ୍କ ଶକ୍ତି ଏବଂ ଦିବ୍ୟ ଶକ୍ତିକୁ ବର୍ଣ୍ଣନା କରଯାଇଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ଶ୍ରୀମତୀ ସୋନାଲି ମହାପାତ୍ର, ଓ ସଙ୍ଗୀତ ଏବଂ ତାଳ ସଂଯୋଜନା କରିଥିଲେ ଶ୍ରୀ ନିର୍ମଳ କୁମାର ମହାପାତ୍ର । ପ୍ରଥମ ସନ୍ଧ୍ୟାର ଦିତୀୟ ତଥା ଶେଷ ଉପସ୍ଥାପନରେ ଥିଲା ଡକ୍ଟର ଆନନ୍ଦ ଶଙ୍କର ଜୟନ୍ତଙ୍କ ଶଙ୍କରାନନ୍ଦ କାଳକ୍ଷେତ୍ର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ଵାରା ଭାରତନାଟ୍ୟମ ନୃତ୍ୟ ପରିବେଷଣ । ସେମାନେ ପ୍ରଥମେ ଭକ୍ତ ରାମଦାସଙ୍କ ଦ୍ୱାରା ସରଳ ତେଲୁଗୁ ଭାଷାରେ ରଚିତ ମହାବିଷ୍ଣୁଙ୍କ ଦଶାବତାରକୁ ନେଇ ବର୍ଣ୍ଣିତ ଦଶାବତାରମ୍ ପରିବେଷଣ କରିଥିଲେ ପରେ ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା ଦେବୀ ଉପସକମ୍ ଏବଂ ଶେଷରେ କବିତା, ପଦ୍ୟ, ସୁର ଏବଂ କାଳଜୟୀ ସଙ୍ଗୀତର ତାଳର ମୁଖବନ୍ଧ, ଭାରତନାଟ୍ୟମର ସ୍ଥାପତ୍ୟ, ସୌନ୍ଦର୍ଯ୍ୟ ଏବଂ ବ୍ୟାକରଣ ମାଧ୍ୟମରେ, ଏହା ସର୍ବଜ୍ଞ, ସର୍ବବ୍ୟାପୀ ଭଗବାନ ଶିବଙ୍କୁ ଆଣିବା ପାଇଁ ଏକ ଅର୍ଘ୍ୟ ଶିଭୋହମ୍ ପ୍ରସ୍ତୁତ କରିଥିଲେ ଶିଳ୍ପୀମାନେ ଯାହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଡକ୍ଟର ଆନନ୍ଦ ଶଙ୍କର ଜୟନ୍ତ । ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ବୃନ୍ଦ ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ସହଯୋଗ କରିଥିଲେ ଡକ୍ଟର ସଂଗୀତା ଗୋସାଇଁ ।

powered by social2s

ମହିଳା ଦୃଷ୍ଟିବାଧିତ ଖେଳାଳିଙ୍କୁ ମିଳିଲା ୧୧ ଲକ୍ଷ

Details
Odia Ray Admin
ଓଡିଶା
01 December 2025

ଭୁବନେଶ୍ବର: ମହିଳା ଦୃଷ୍ଟିବାଧିତ ଟି ୨୦ ବିଶ୍ୱକପ୍ ବିଜୟୀ ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ୪ ଦୃଷ୍ଟିବାଧିତ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ, ବାସନ୍ତୀ ହାଁସଦାଙ୍କୁ କରାଯାଇଛି ସମ୍ବର୍ଦ୍ଧିତ। ଖେଳାଳିଙ୍କ ଦୃଢ଼ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ଯେ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆପଣମାନେ ପ୍ରେରଣା।

powered by social2s

More Articles ...

  1. କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ମୃତଦେହ ଉଦ୍ଧାର
  2. ଓଡ଼ିଶାରେ ନିର୍ମାଣ ହେବ ଆଦର୍ଶ ଜିଲ୍ଲପାଳ କାର୍ଯ୍ୟାଳୟ
  3. କଟକ ଜିଲ୍ଲାର ଆଠଗଡ଼ ବ୍ଲକରେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରାମାଣିକ ଆଳୁ ବିହନ ବିତରଣ
Page 296 of 2255
  • Start
  • Prev
  • 291
  • 292
  • 293
  • 294
  • 295
  • 296
  • 297
  • 298
  • 299
  • 300
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.