କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ବର: ଭୁବନେଶ୍ବରରେ ଥିବା କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ମୃତକ ଛତିଶଗଡ଼ର ରାହୁଲ ଯାଦବ, ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର। ଏହି ସୂଚନା ଦେଇଛନ୍ତି ଏସିପି ସୋନାଲ୍ ସିଂ ପରମାର। ଘଟଣାସ୍ଥଳରେ ପହଞ୍ଚି ଇନ୍ଫୋସିଟି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
