• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
29
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ନୂଆ ଓଡ଼ିଆ ଚଳଚ୍ଚିତ୍ର "ନାୟିକା"ର ଟାଇଟଲ ଘୋଷଣା

Details
Odia Ray Admin
ଓଡିଶା
03 May 2025

ଭୁବନେଶ୍ୱର: ଜୟ ଜଗନ୍ନାଥ ନତଜ୍ୟୋତ୍ସ୍ନା ପ୍ରଡ଼କସନ୍ ହାଉସ ଦ୍ୱାରା ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ନାୟିକା" ର ନାମ ଘୋଷଣା ସହିତ ପୋଷ୍ଟର ଉନ୍ମୋଚନ କରାଯାଇଛି l ଏହି ଉତ୍ସବରେ ପ୍ରଯୋଜକ ରୁପେଶ କୁମାର ନାୟକ, ସହ ପ୍ରଯୋଜିକା ସଂଗୀତା ବିଷୋୟୀ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ତଥା ବରିଷ୍ଠ ଅଭିନେତ୍ରୀ ମହାଶ୍ଵେତା ରାୟ ପ୍ରମୁଖ ଯୋଗଦେଇଥିଲେ l "ନାୟିକା" ଭୂମିକାରେ ଯିଏ ନଜର ଆସିବେ ତାଙ୍କୁ ଓଡିଶାରେ କିଏ ବା ନ ଜାଣେ l ଓଲିଉଡ଼ର ବହୁ ଚର୍ଚ୍ଚିତା ସେଦିନର ଗୌରୀ ନାନୀ ଅର୍ଥାତ ମହାଶ୍ଵେତା ରାୟଙ୍କ ନାୟିକା ଭୂମିକା କୁ ବଡ଼ ପରଦାରେ ଦେଖିବେ ଦର୍ଶକ l ତେବେ, ଏବେ ପ୍ରେକ୍ଷାଳୟ ପ୍ରତି ସମସ୍ତ ସିନେପ୍ରେମୀଙ୍କର ଆଗ୍ରହ ବଢ଼ିବାରେ ଲାଗିଛି l ବିଭିନ୍ନ ମୌଳିକ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଉଥିବାରୁ ନିକଟ ଅତୀତରେ ଅନେକ ସିନେମା ହିଟ୍ ମଧ୍ୟ ହୋଇଛି l ସେମିତି ଏକ ମୌଳିକ କାହାଣୀକୁ ନେଇ ନାୟିକା ନିର୍ମାଣ ହେବାକୁ ଯାଉଛି l ନାୟିକା ନାଁ ଏବଂ ପୋଷ୍ଟରରୁ ଅନୁମାନ କରାଯାଇପାରେ ଏହା ଏକ ମଞ୍ଚ ନାଟକର କାହାଣୀ ଉପରେ ପର୍ଯ୍ୟବେଶିତ ହେଇଥିବ ନିଶ୍ଚୟ l କାହାଣୀରେ ପ୍ରେମ ମଧ୍ୟ ଭରପୁର ରହିଛି l ଏହି ଚଳଚ୍ଚିତ୍ରକୁ ପ୍ରଯୋଜନା କରିଛନ୍ତି ରୁପେଶ କୁମାର ନାୟକ ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଇଣ୍ଡଷ୍ଟ୍ରିର ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ l କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ l ଏହାର ସହ ପ୍ରଯୋଜନା କରିଛନ୍ତି ସଂଗୀତା ବିଷୋୟୀ l ପ୍ରଡ଼କସନ ଡିଜାଇନର ଚିତ୍ତ ରଞ୍ଜନ ଆଚାର୍ଯ୍ୟ ଏବଂ ପ୍ରଚାର ଓ ପ୍ରସାର ମୁଖ୍ୟ ରହିଛନ୍ତି ମିଡ଼ିଆ ପ୍ଲାନର ଭରତ ପ୍ରଧାନ l

powered by social2s

କଟକରେ ବ୍ରିଜ୍‌ ସ୍ଲାବ ଭୁଶୁଡ଼ି ୩ ମୃତ, ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ରାଶି

Details
Odia Ray Admin
ଓଡିଶା
03 May 2025

କଟକ: କଟକ ଖାନ୍‌ନଗର ବ୍ରିଜ୍‌ ନିର୍ମାଣ ବେଳେ କଂକ୍ରିଟ ସ୍ଲାବ ଖସି ୩ ଜଣ ପ୍ରାଣ ହରାଇଛନ୍ତି। ୫ ଜଣଙ୍କୁ ଗୁରୁତର ଅବସ୍ଥାରେ SCBରେ ଭର୍ତ୍ତି ପରେ ୩ ଜଣଙ୍କ ମୃତୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ସାଇଟ୍ ଇଞ୍ଜିନିୟର ଥିବା ସୂଚନା ଆଉ ୨ ଜଣ ଶ୍ରମିକଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି। କ୍ରେନ୍‌ ଭାଙ୍ଗିଯିବାରୁ ବ୍ରିଜ୍‌ର ସ୍ଲାବ୍‌ ଖସି ପଡ଼ି ଚାପି ହୋଇଗଲେ। ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

powered by social2s

ସହିଦନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ଜ୍ୟୋତିର୍ମୟୀ ରାଉତ ଦଶମ କ୍ଲାସ ପରୀକ୍ଷା ରେ A1 ରେ ଉତୀର୍ଣ୍ଣ

Details
Odia Ray Admin
ଓଡିଶା
03 May 2025

ଭୁବନେଶ୍ୱର: ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଭୁବନେଶ୍ୱର ସହିଦନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ଜ୍ୟୋତିର୍ମୟୀ ରାଉତ A1 ରେ ଉତୀର୍ଣ୍ଣ ହୋଇଛନ୍ତି, ଆଜି ସ୍କୁଲ ରେ ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ଶତପଥୀ ଙ୍କ ଅଧକ୍ଷତା ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୋ ସ୍କୁଲ ସଭାପତି ଡ଼ ନାରାୟଣ ମହାପାତ୍ର ଡ଼ ଲଷ୍ମୀକାନ୍ତ ଖୁଣ୍ଟିଆ ଓ ସ୍କୂଲ ର ଗୁରୁ ଓ ଗୁରୁ ମା ମାନଙ୍କ ଙ୍କ ଉପସ୍ଥିତି ରେ ଜୋତିର୍ମୟୀ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ତାଙ୍କ ମା ପବିତ୍ରା ରାଉତ ବାପା ରାଧାନାଥ ରାଉତ ମଧ୍ୟ ଉପସ୍ଥିତ ରହିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ କୃପାରୁ ତାଙ୍କର ଉତ୍ତରୋତ୍ତର ଉନ୍ନତି ହେବା ନିମନ୍ତେ ସମସ୍ତେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସରକାର ଙ୍କ ଜିରୋ ୱେଷ୍ଟ ମ୍ୟାନେଜମେଣ୍ଟ ରେ ସହିଦନଗର ଉଚ୍ଚ ବିଦ୍ୟାଳୟ ପ୍ରମୁଖ ଅନୁଷ୍ଠାନ ଭାବରେ ବିବେଚିତ ହୋଇ ଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ।

powered by social2s

ମାଲ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Details
Odia Ray Admin
ଓଡିଶା
02 May 2025

ଭବାନୀପାଟଣା: ଭାବ ବିହ୍ଵଳ ପରିବେଶ ,ସମସ୍ତଙ୍କ ଆଖିରେ ଲୁହ। ପ୍ରିୟ ଗୁରୁମା ଙ୍କ ବିଦାୟ ସତେ ଯେମିତି ଛାତ୍ରଛାତ୍ରୀ, ଗ୍ରାମବାସୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବ୍ୟଥିତ କରିଛି। ସେ କେବଳ ଶିକ୍ଷୟିତ୍ରୀ ନଥିଲେ, ଉପଦେଷ୍ଟା ପ୍ରେରଣା ଦାୟକ ତଥା ମାର୍ଗ ଦର୍ଶକ ଭାବେ ଗାଁର ଛାତ୍ରଛାତ୍ରୀ ଙ୍କୁ ଦିଗଦର୍ଶନ ଦେଉଥିଲେ।ସେ ଆଉ କେହି ନୁହନ୍ତି, ସମସ୍ତଙ୍କ ହୃଦୟରେ ସ୍ଥାନ ନେଇଥିବା ମହିୟସୀ ଗୁରୁମା ଶ୍ରୀମତୀ ବିଦୁଲତା ଦାଶ। ଦୀର୍ଘ ଜୀବନ ଶିକ୍ଷ୍ୟକତା କଲାପରେ ଅବସର ଗ୍ରହଣ କରିଛନ୍ତି।ଏ ପରିପ୍ରେକ୍ଷୀରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଲଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାଙ୍ଗଣରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ବିଦୁଲତା ଦାଶ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵରେ ଥିବା ମୋନାଲିସା ପୁରୋହିତ ଙ୍କ ଅଧକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗ୍ରାମ ବାସୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶ୍ରୀମତୀ ଦାଶ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇ ତାଙ୍କ ର ସୁଗୁଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶିକ୍ଷୟିତ୍ରୀ ରୀନା ଚୌଧୁରୀ, ମମତା ବିଶି, ନିକିତା ଭୋଇ, ସୁନିତା ଦାଶ, ମୀନତି ସେନାପତି, ସସ୍ମିତା ପ୍ରଧାନ, ପ୍ରଣିତା ମହାପାତ୍ର, ଅନ୍ବେଷା ନନ୍ଦ,ଚନ୍ଦ୍ରିକା ମହାପାତ୍ର, ରଜନିକାନ୍ତ ମାଝୀ,ଟିକେଲାଲ ରଣା, ହିମାଞ୍ଚଳ ମେହେର ପ୍ରମୂଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାରେ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରୀନା ପାଣିଗ୍ରାହୀ ବିଦେଶ ଗ୍ରସ୍ତରେ ଥିଲେ ବି ଭିଡିଓ କନଫରେସିଂ ମାଧ୍ୟମରେ ଶ୍ରୀମତୀ ଦାଶ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ।

powered by social2s

କେନ୍ଦୁଝର ଜିଲ୍ଲାରେ ଆୟୋଜିତ ହେବ "ରଙ୍ଗବତୀ" ଉତ୍ସବ

Details
Odia Ray Admin
ଓଡିଶା
03 May 2025

ଭୁବନେଶ୍ୱର/କେନ୍ଦୁଝର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, କେନ୍ଦୁଝର ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଆଦିମ୍- ସଂସ୍କୃତି, କେନ୍ଦୁଝରର ମିଳିତ ସହଯୋଗରେ କେନ୍ଦୁଝର ଜିଲ୍ଲାରେ ପଶ୍ଚିମ ଓଡ଼ିଶା ନୃତ୍ୟ, ସଂଗୀତ ଉତ୍ସବ "ରଙ୍ଗବତୀ"ର ଆୟୋଜନ କରାଯିବ। "ରଙ୍ଗବତୀ" ଉତ୍ସବ ଆସନ୍ତା ମେ' ୫ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କାଳିପଡ଼ିଆ, କେନ୍ଦୁଝର ଠାରେ ଅନୁଷ୍ଠିତ ହେବ। ରଙ୍ଗବତୀ ଉତ୍ସବରେ ରାଜ୍ୟର ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀଗଣ, କେନ୍ଦୁଝର ଜିଲ୍ଲାର ସାଂସଦ, ବିଧାୟକ, ବହୁ ବିଶିଷ୍ଟ କଳାକାର ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାର ଯୋଜନା ରହିଛି। ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ ଆଦିର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଚଳିତ ବର୍ଷର "ରଙ୍ଗବତୀ" ଉତ୍ସବରେ ପଶ୍ଚିମ ଓଡ଼ିଶାର ବହୁ ବିଶିଷ୍ଟ ଲୋକକଳାକାର, ନୃତ୍ୟଶିଳ୍ପୀ ଏବଂ କଣ୍ଠଶିଳ୍ପୀମାନେ ଯୋଗଦେଇ ନୃତ୍ୟ ଓ ସଂଗୀତ ପରିବେଷଣ କରିବେ। ଡ଼ାଲଖାଇ, ରସରକେଲି ଠାରୁ ନେଇ ହୋମୁଣ୍ଡା, ଛଉ, ଚାଙ୍ଗୁ, ଝୁମର ନୃତ୍ୟ ପର୍ଯ୍ୟନ୍ତ ଏବଂ ଢ଼ୋଲ, ତବଲା, ମୃଦଙ୍ଗ ଏବଂ ବିଭିନ୍ନ ପାରମ୍ପରିକ ବାଦ୍ୟରେ ପଶ୍ଚିମ ଓଡ଼ିଶାର ଲୋକସଂଗୀତ ପରିବେଷଣ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ। ଆମ ଓଡ଼ିଶାର ଲୋକକଳା ଓ ଲୋକସଂସ୍କୃତିକୁ ଚିର ଉଜ୍ଜୀବିତ କରି ରଖିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା "ରଙ୍ଗବତୀ" ଉତ୍ସବରେ ଯୋଗଦେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବା ସହିତ ପଶ୍ଚିମ ଓଡ଼ିଶାର ଲୋକକଳା ଓ ପରମ୍ପରାକୁ ଆଧାରିତ କରି "ରଙ୍ଗବତୀ" ଉତ୍ସବର ଆୟୋଜନ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ଓ କଳାକାରମାନେ ମତପ୍ରକାଶ କରିଛନ୍ତି।

powered by social2s

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦାଇତ୍ୱମୁକ୍ତ ହେଲେ ନିକୁଞ୍ଜ ଧଳ

Details
Odia Ray Admin
ଓଡିଶା
03 May 2025

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦାଇତ୍ୱ ଛାଡ଼ିଲେ ବରିଷ୍ଠ ଆଇ ଏ ଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ ଧଳ। କେନ୍ଦ୍ରରେ ସଂସଦୀୟ ବ୍ୟାପର ମନ୍ତ୍ରଣାଳୟରେ ଅଫିସର ଅନ୍ ସ୍ପେସିଆଲ ଡ୍ୟୁଟି ଭାବେ କାର୍ଯ୍ୟ କରିବେ।

powered by social2s

ମହିଳା ଉଦ୍ୟୋଗୀଙ୍କୁ ନୂଆ ଦିଗଦର୍ଶନ ଦେବ ନରେକୋ ମାହି

Details
Odia Ray Admin
ଓଡିଶା
02 May 2025

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା । ମହିଳା ଉଦ୍ୟୋଗୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ଆୟୋଜିତ ହୋଇଛି ଏହି ମହିଳାଙ୍କ ବାଣିଜ୍ୟ ମେଳା । ନରେକୋ ମାହିର ଭୁବନେଶ୍ଵର ମିଟ ଦ୍ବାରା ଆୟୋଜିତ ଆଜିର ଅଧିବେଶନରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ କଟକ ବାରବାଟୀର ବିଧାୟିକା ସୋଫିଆ ଫିର୍ଦୋଶ ଏବଂ ଏମଏସଏମଇର ଡେପୁଟି ଡାଇରେକ୍ଟର ନିତିଶା ମାନ୍ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବଡ ବଡ଼ ଶିଳ୍ପ ଉଦ୍ୟୋଗୀଙ୍କ ସହ ନୂଆ କରି ଷ୍ଟାର୍ଟଅପ କରିଥିବା ମହିଳା ମାନେ ମଧ୍ୟ ସାମିଲ ହୋଇଛନ୍ତି । ଏଠି ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହ ଆଗକୁ କେମିତି ବଢ଼ିବେ ଏବଂ କିପରି ନୂଆ ମହିଳା ଉଦ୍ୟୋଗୀଙ୍କୁ ଯୋଡ଼ା ଯିବ ସେନେଇ ଆଲୋଚନା କରାଯାଇଛି । ଏହି ମହିଳା ଉଦ୍ୟୋଗୀ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁସଂଖ୍ୟାରେ ସାମିଲ ହୋଇଛନ୍ତି ମହିଳା ଉଦ୍ୟୋଗୀ । ଏହି ଅବସରରେ ମୁଖ୍ୟ ଅତିଥି ବାଚସ୍ପତି ସୁରମା ପାଢୀ ଆୟୋଜକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ଚାଲିଥିବା ଓମେନ ବିଜନେସ୍ ମେଳାରେ ନରେକୋ ମାହିର ମହିଳା ଶାଖା ରିଅଲ ଇଷ୍ଟେଟ୍ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କ ଯୋଗଦାନ ଏବଂ କାର୍ଯ୍ୟଦକ୍ଷତା ବିଷୟରେ ପ୍ରତିପାଦନ କରିଛନ୍ତି । ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଅଟେ । ସେହିପରି ମହିଳାଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗୀତା କିଭଳି ଭାବେ ରହିବ ଏବଂ ତାକୁ ନେଇ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ସେମାନେ କାମ କରିବେ ତାହା ଉପରେ ନଜର ରହିବା ଆବଶ୍ୟକ । ଏହି କ୍ଷେତ୍ରରେ ଆଗକୁ ଜାତୀୟ ଅଭିବୃଦ୍ଧି ହାରରେ ସାମିଲ କରାଇବା ପାଇଁ ନରେକୋ ମାହି ଏକ ବଡ଼ ଭୂମିକା ରହିଛି ବୋଲି ବାଚସ୍ପତି କହିଥିଲେ । ସେ ପୁଣି କହିଥିଲେ, ମହିଳା ମାନେ ଏବେ ସଶକ୍ତ ହେବାକୁ ଚାହୁଁଛନ୍ତି । କାହା ଉପରେ ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଭାବେ ନିଜ କାର୍ଯ୍ୟ ଦକ୍ଷତା ମାଧ୍ୟମରେ ଆଗକୁ ବଢିବାକୁ ଇଛା କରୁଛନ୍ତି । ଏଣୁ ସେମାନଙ୍କ ପାଇଁ ବିଜନେସ ଗୋଟିଏ ମାଧ୍ୟମ ହୋଇପାରିବ। ତେବେ ଏହି ମେଳା ଦ୍ୱାରା ଯେଉଁ ମହିଳା ମାନେ ନୂଆକରି ନିଜର ଷ୍ଟାର୍ଟଅପ ଗଢିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଉଦାହରଣ ପାଲଟିବ ଏବଂ ରିଅଲିସ୍ଟେଟ ମାଧ୍ୟମରେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ କଟକ ବାରବାଟୀ ବିଧାୟିକ ସୋଫିଆ ଫିର୍ଦୋଶ ଯୋଗଦେଇ ଜଣେ ମହିଳା ଉଦ୍ୟୋଗୀ ଆଉ ଜଣେ ମହିଳା ଉଦ୍ୟୋଗୀର ସହାୟତା କରିବାକୁ ଆଗେଇ ଆସିବା ଏକ ବଡ଼ କଥା ବୋଲି କହି ମାହିର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “୨୦୨୨ ମସିହାରେ ପ୍ରଥମ ଥର ହୋଇଥିଲା ଉଦ୍ୟୋଗୀ ମେଳା । ୨୦୨୫ରେ ଏହା ବଡ଼ ଆକାରରେ କରିଛନ୍ତି, କନଭେନର ପ୍ରିତି ପଲ୍ଲବୀ ପଟ୍ଟନାୟକ ଓ କୋର କନଭେନର ସ୍ଵାତୀ କେଜରିୱାଲ ଏବଂ ସୁମାଦେବୀ ଦାସ ଏହାକୁ ଉଚ୍ଚ ସୋପାନରେ ପହଞ୍ଚାଇଛନ୍ତି । ଏହା ଦେଖି ଖୁସି ଲାଗୁଛି । ମହିଳାମାନଙ୍କୁ ଉତ୍ସାହିତ କରିବା ପଇଁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଯେଉଁ ପ୍ଲାଟଫର୍ମ ହୋଇଛି ଏହା ବହୁତ ସୁନ୍ଦାର ହୋଇଛି । ମହିଳା ମାନେ ପ୍ରସ୍ତୁତ ଅଛନ୍ତି ଏବେ ବିଜନେଶ କରିବା ପାଇଁ । ଯାହାଫଳରେ ସେମାନେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବେ । ଏଣୁ ସରକାରଙ୍କର ବି ଏହା ଏକ ବଡ଼ କର୍ତବ୍ୟ କିପରି ମହିଳାମାନେ ଏହି ଦିଗରେ ଆଗକୁ ଯିବେ । “ ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ଏମଏସଏମଇର ଡେପୁଟି ଡାଇରେକ୍ଟର ନିତିଶା ମାନ୍ । ସେ କହିଥିଲେ, ରାଜ୍ୟ ଏବଂ କେନ୍ଦ୍ର ସରକାର ବି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷପ ନେଉଛନ୍ତି । ବିଭନ୍ନ ଯୋଜନା ମାଧ୍ୟମରେ ମହିଳାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଉଛନ୍ତି | ମହିଳା ଉଦ୍ୟୋଗୀଙ୍କ ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅନେକ ଉପାଦେୟ ଯୋଜନା ରହିଛି । ମହିଳା ଉଦ୍ୟୋଗୀଙ୍କୁ ଆହୁରି ସମୃଦ୍ଧ କରିପାରିବ ବୋଲି ସେ କହିଥିଲେ । ଆଜିର ସେମିନାରର ଉଦଘାଟନୀ ଉତ୍ସବରେ ନରେକା ମାହିର ଅଧ୍ୟକ୍ଷା ଡ଼ ଅନନ୍ତା ଏସ ରଘୁବଂଶୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ସେ କହିଥିଲେ, “ଆଜି ଏଠି ଆମେ ଏକାଠି ହୋଇଛୁ କାରଣ ଏହି ରିଅଲ ଇଷ୍ଟେଟ କ୍ଷେତ୍ରରେ ଯେମିତି ଆଗକୁ ଅଧିକରୁ ଅଧିକ ମହିଳା ଯୋଗ ଦେବେ ଏବଂ ଜଳ ସଂରକ୍ଷଣ, କୌଶଳ, ଷ୍ଟାର୍ଟଅପ ଆଦି କ୍ଷତ୍ରରେ ପରିଶ୍ରମ କରିବେ । ଏହାର ଆରମ୍ଭ ପୂର୍ବତଟ ଭୁବନେଶ୍ୱରରୁ ହୋଇଛି । ଏବେ ନରେକୋ ମାହି ଚାରିଆଡେ ରିଅଲଇଷ୍ଟେଟ କ୍ଷେତ୍ରରେ କ୍ରାନ୍ତି ଆଣିଛି । ମହିଳାମାନେ ସଫଳତାର ସହିତ ଆଗକୁ ବଢୁଛନ୍ତି ଏବଂ ଦେଶର ବିକାଶ କ୍ଷେତ୍ରରେ ସହଯୋଗୀ ରହିଛନ୍ତି । ସେହିପରି ନରେକୋ ମାହିର ସଭାପତି ସ୍ମିତା ପାଟିଲ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ନରେକୋ ମାହିର ପୂର୍ବୀୟ କ୍ଷେତ୍ରର ଉପ ସଭାପତି ରତ୍ନମାଳା ସ୍ଵାଇଁଙ୍କୁ ଶ୍ରେୟ ଦେଇଛନ୍ତି । ଛୋଟ ଛୋଟ ବ୍ୟବସାୟରୁ କିପରି ମହିଳା ମାନେ ବଡ଼ ବଡ଼ ବ୍ୟବସାୟ କରି ସ୍ୱାବଲମ୍ବି ହେବେ ତାର ଏକ ଉତ୍ସ ପାଲଟିଛି ଏହି ମହିଳା ଉଦ୍ୟୋଗୀ ମେଳା । ଏଥିସହ ନରେକୋ ମାହି ଉଦ୍ଦୋଗୀ ମହିଳାଙ୍କ ବ୍ୟାବସାୟ ଅଭିବୃଦ୍ଧି ସମେତ ଏହି କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ଅଧିକ ସମୃଦ୍ଧ କରିବା ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ଦେଉଛି । କାର୍ଯ୍ୟକ୍ରମ ଶେଷରେ ପୂର୍ବୀୟ କ୍ଷେତ୍ରର ଉପ ସଭାପତି ରତ୍ନମାଳା ସ୍ଵାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

powered by social2s

More Articles ...

  1. ଘୋଷଣା ହେଲା ମାଟ୍ରିକ ପରୀକ୍ଷା ଫଳାଫଳ, ଚଳିତ ବର୍ଷ ପୁଅଙ୍କଠାରୁ ଝିଅ ଆଗରେ
  2. କଟକରେ ନକଲି ଡିଟରଜେଣ୍ଟ କମ୍ପାନୀ ଠାବ
  3. ପାରାଦୀପରେ ହେବ ନୂଆ ଏୟାରପୋର୍ଟ, ୧୫ ଜିଲ୍ଲାରେ ନିର୍ମାଣ ହେବ ହେଲିପୋର୍ଟ
Page 458 of 2257
  • Start
  • Prev
  • 453
  • 454
  • 455
  • 456
  • 457
  • 458
  • 459
  • 460
  • 461
  • 462
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.