ଭବାନୀପାଟଣା: ଭାବ ବିହ୍ଵଳ ପରିବେଶ ,ସମସ୍ତଙ୍କ ଆଖିରେ ଲୁହ। ପ୍ରିୟ ଗୁରୁମା ଙ୍କ ବିଦାୟ ସତେ ଯେମିତି ଛାତ୍ରଛାତ୍ରୀ, ଗ୍ରାମବାସୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବ୍ୟଥିତ କରିଛି। ସେ କେବଳ ଶିକ୍ଷୟିତ୍ରୀ ନଥିଲେ, ଉପଦେଷ୍ଟା ପ୍ରେରଣା ଦାୟକ ତଥା ମାର୍ଗ ଦର୍ଶକ ଭାବେ ଗାଁର ଛାତ୍ରଛାତ୍ରୀ ଙ୍କୁ ଦିଗଦର୍ଶନ ଦେଉଥିଲେ।ସେ ଆଉ କେହି ନୁହନ୍ତି, ସମସ୍ତଙ୍କ ହୃଦୟରେ ସ୍ଥାନ ନେଇଥିବା ମହିୟସୀ ଗୁରୁମା ଶ୍ରୀମତୀ ବିଦୁଲତା ଦାଶ। ଦୀର୍ଘ ଜୀବନ ଶିକ୍ଷ୍ୟକତା କଲାପରେ ଅବସର ଗ୍ରହଣ କରିଛନ୍ତି।ଏ ପରିପ୍ରେକ୍ଷୀରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଲଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାଙ୍ଗଣରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ବିଦୁଲତା ଦାଶ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵରେ ଥିବା ମୋନାଲିସା ପୁରୋହିତ ଙ୍କ ଅଧକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗ୍ରାମ ବାସୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶ୍ରୀମତୀ ଦାଶ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇ ତାଙ୍କ ର ସୁଗୁଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶିକ୍ଷୟିତ୍ରୀ ରୀନା ଚୌଧୁରୀ, ମମତା ବିଶି, ନିକିତା ଭୋଇ, ସୁନିତା ଦାଶ, ମୀନତି ସେନାପତି, ସସ୍ମିତା ପ୍ରଧାନ, ପ୍ରଣିତା ମହାପାତ୍ର, ଅନ୍ବେଷା ନନ୍ଦ,ଚନ୍ଦ୍ରିକା ମହାପାତ୍ର, ରଜନିକାନ୍ତ ମାଝୀ,ଟିକେଲାଲ ରଣା, ହିମାଞ୍ଚଳ ମେହେର ପ୍ରମୂଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାରେ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରୀନା ପାଣିଗ୍ରାହୀ ବିଦେଶ ଗ୍ରସ୍ତରେ ଥିଲେ ବି ଭିଡିଓ କନଫରେସିଂ ମାଧ୍ୟମରେ ଶ୍ରୀମତୀ ଦାଶ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ।
ମାଲ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

