T20 ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ବିଜୟ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: T20 ବିଶ୍ୱକପରେ ନେଦରଲାଣ୍ଡସକୁ ୫୬ ରନ୍‌ରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ବିଜୟ ହାସଲ କରିଛି ଭାରତ । ଆଜି ଅଷ୍ଟ୍ରେଲିଆର ସିଡ୍‌ନୀ ଷ୍ଟାଡିୟମରେ ଭାରତ ଓ ନେଦରଲାଣ୍ଡସ ମଧ୍ଯରେ T20 ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଭାରତୀୟ ଦଳ ପକ୍ଷରୁ ବିରାଟ କୋହଲି ଅପରାଜିତ ୬୨ ରନ୍, ସୂର୍ଯ୍ୟ କୁମାର ଅପରାଜିତ ୫୧ ରନ୍ ଓ ରୋହିତ ଶର୍ମା ୫୩ ରନ୍ ସହ ୨ ୱିକେଟ ହରାଇ ଭାରତ ୧୭୯ ରନ କରିଥିଲା। ୧୮୦ ରନ୍ ଟାର୍ଗେଟକୁ ପିଛା କରି ନେଦରଲାଣ୍ଡସ ୧୨୩/୯ରେ ସୀମିତ କରିଥିଲା।

powered by social2s