କୋଦଳା,୦୫/୧୨,(ଦେବାଶିଷ ମହାରଣା):ରାଜ୍ୟ ରେ "ମୋ ସରକାର" ଅଧୀନରେ କାର୍ଯ୍ୟରତ ଓଡିଶା ପୋଲିସ ବିଭାଗର ସମସ୍ତ ଅଧିକାରୀ ବିଭିନ୍ନ କ୍ଷେତ୍ରରେ ନିଜର ମହତକାର୍ଯ୍ୟ ପାଇଁ ଜନସାଧାରଣଙ୍କ ପ୍ରଂଶସାର ପାତ୍ର ହୋଇଥାନ୍ତି । କିଛି ପୋଲିସ ଅଧିକାରୀ ଙ୍କ କାର୍ଯ୍ୟଦକ୍ଷତା, କାର୍ଯ୍ୟଶୈଳୀ ମାଧ୍ୟମରେ ଅତିଶୀଘ୍ର ସାଧାରଣ ଜନତାଙ୍କ ମନ ଜିଣିଥାନ୍ତି । ଏମିତି ଜଣେ ପୋଲିସ ଅଧିକାରୀ ଙ୍କୁ ପାଇ ଗର୍ବ ଅନୁଭବ କରୁଛି ଅଞ୍ଚଳ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦେବାଶିଷ ମହାନ୍ତି ଙ୍କ କଥା । ୨୨.୧୦.୨୦୧୯ରିଖ କୋଦଳା ଥାନାରେ ଶ୍ରୀ ମହାନ୍ତି କାର୍ଯ୍ୟରେ ଯୋଗଦେଇ ଦାୟିତ୍ୱ ନେବା ପରଠାରୁ ଏହି ଅଞ୍ଚଳରେ ଘଟି ଚାଲିଥିବା ଅନୈତିକ କାର୍ଯ୍ୟ, ମଦ ମାଫିଆ,ଲୁଟେରା ଓ ବିଭିନ୍ନ ଡକାୟତି କାର୍ଯ୍ୟରେ ଲିପ୍ତ ଥିବା ସନ୍ଦିଗ୍ଧ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ମୁଖ୍ୟତଃ ଚୋରା ମଦ ବେପାରୀ ମାନଙ୍କ ଉପରେ ଥାନାଧିକାରୀଙ୍କ ତୁହାକୁ ତୁହା କଡା ଆଭିମୁଖ୍ୟ ଓ ଚେତାବନୀ ଫଳରେ ସେମାନଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ଯାହାଫଳରେ ଅଭିଯୁକ୍ତ ମାନେ ପୁଣି ଏହି କାର୍ଯ୍ୟରେ ଲିପ୍ତ ରହିବାକୁ ସହସ୍ର ଥର ଭାବୁଛନ୍ତି ।କୋଦଳା ଥାନା ସମେତ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଓ ସମସ୍ତ ପୋଲିସ ଅଧିକାରୀଙ୍କ ସହାୟତାରେ ଏଠାକାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅତି ଉତ୍ତମ ମାନର ନିୟନ୍ତ୍ରଣ ହୋଇପାରିଛି । ନିହାତି ଭାବେ ଯାହାର ଶ୍ରେୟ ଯାଉଛି ଥାନାଧିକାରୀଙ୍କୁ।ଜନସାଧାରଣଙ୍କ ମତରେ ପୂର୍ବ ଅପେକ୍ଷା ଅନେକ ମଦ ମାଫିଆ ଙ୍କୁ ଗିରଫ କରିବା ସହ ମଦ ଜବତ କରି ମଦ ପୋଚ ମଧ୍ୟ ନଷ୍ଟ କରାଯାଉଛି। କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ଅପରାଧୀ ମୁକ୍ତ କରିବା ପାଇଁ ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଶ୍ରୀ ମହାନ୍ତି ।ଏତଦ ବ୍ୟତୀତ ଲୋକମାନଙ୍କୁ ସଡ଼କ ସୁରକ୍ଷା, ସାଇବର ଠକେଇ ଓ କରୋନାର ଭୟବହତା ସମୟରେ ପଦଯାତ୍ରା କରି ସମସ୍ତଙ୍କୁ ସଚେତନ କରାଇଥିବା ପ୍ରକୃତ କରୋନା ଯୋଦ୍ଧା ଙ୍କୁ ନେଇ ବର୍ତ୍ତମାନ ଜନସାଧାରଣ, ବୁଦ୍ଧିଜୀବୀ ଓ ସ୍ଥାନୀୟ ସାମ୍ବାଦିକ ଶ୍ରୀ ମହାନ୍ତିଙ୍କୁ ସାଧୁବାଦ ଜଣେଇଥିବା ସହ ଭବିଷ୍ୟତରେ ଏମିତି କାର୍ଯ୍ୟ ବଜାୟ ରଖିବା ନେଇ ଦୃଢ଼ ଆଶା ବାନ୍ଧିଛନ୍ତି ।
powered by social2s