ଭୁବନେଶ୍ୱର: ଅକ୍ଟୋବର ୨୪ ଓ ୨୫ ତାରିଖରେ ବନ୍ଦ ରହିବ ଓଡ଼ିଶାର ସଂଗ୍ରହାଳୟ ଓ ସ୍ମାରକୀ। ୪ ଜିଲ୍ଲାର ସଂଗ୍ରହାଳୟ ଓ ସ୍ମାରକୀ ବନ୍ଦ ପାଇଁ ଚିଠି କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧୀନରେ ଥିବା ସମସ୍ତ ଅଧିକାରୀଙ୍କୁ ଚିଠି କରାଯାଇଥିବା ଜଣାପଡ଼ିଛି। ୪ ଜିଲ୍ଲା- ପୁରୀ, ଜଗତସିଂହପୁର, ଯାଜପୁର ଓ କଟକ। ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କୋଣାର୍କରୁ ଜଳ ନିଷ୍କାସନ ପାଇଁ ପ୍ରସ୍ତୁତ ରହିବାକୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ କୁହାଯାଇଛି। ଜଳ ନିଷ୍କାସନ ପାଇଁ ପମ୍ପସେଟ୍ର ବ୍ୟବସ୍ଥା ପାଇଁ ରହିଛି ନିର୍ଦ୍ଦେଶ। ଐତିହ୍ୟ କୀର୍ତ୍ତିରାଜି ଓ ସ୍ମାରକୀ ସବୁର ସୁରକ୍ଷା ପାଇଁ ଚିଠି। ବାତ୍ୟାରେ ଯେପରି କ୍ଷତି ନହୁଏ ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି।
powered by social2s