ଭୁବନେଶ୍ୱର: ଓଡ଼ିଶାରେ ଗାଡି ଯାଞ୍ଚ କ୍ଷମତା ପୋଲିସ ବିଭାଗକୁ ହସ୍ତାନ୍ତର ବିଷୟରେ ପୁନର୍ବିଚାର ପାଇଁ ଅନୁରୋଧ କରିଛି ଅଲ ଓଡିଶା ଟ୍ରକ ମାଲିକ ମହାସଂଘ। ଦୁର୍ଘଟଣା କମାଇବା ବାହାନାରେ ପୁଲିସକୁ ଗାଡ଼ି ଯାଞ୍ଚର ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବ ନିହାତି ଅଗ୍ରହଣୀୟ । ଗାଡି ମାଲିକ ମାନଙ୍କୁ ଶୋଷଣ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ମହାସଂଘ ଅଭିଯୋଗ କରିଛି। କୌଣସି ଟ୍ରକ ଯାଉଥିବା ରାସ୍ତାରେ ଏକାଧିକ ଥାନା ପଡ଼ୁଛି, ଯଦି ସବୁ ଥାନାରେ ଗୋଟିଏ ଗାଢିକୁ ବାରମ୍ବାର ଯାଞ୍ଚ କରାଯିବ ରାସ୍ତାରେ ବହୁତ ବିଳମ୍ବ ହେବା ସହ ଦୁର୍ଘଟଣା ମାନ ଘଟିବ । ସମସ୍ତ ଟୋଲ୍ ଗେଟରେ ଓଜନ, ଇନ୍ସରାନ୍ସ ପରମିଟ୍ ଓ ଫିଟନେସ୍ ଯାଞ୍ଚ କରାଯାଇପାରୁଛି, ତା'ହେଲେ ପୁଲିସ କାହିଁକି ଏହି ଯାଞ୍ଚର ଭାର ମୁଣ୍ଡାଇବ । ସବୁବେଳେ ପୋଲିସ କର୍ମଚାରୀ ମାନେ କିଭଳି ବ୍ୟବହାର କରନ୍ତି ଗାଡି ଚାଳକ ମାନଙ୍କୁ ରାସ୍ତାରେ ତାହାର ପ୍ରମାଣ ସମସ୍ତଙ୍କ ପାଖରେ ରହିଛି | ଏଣୁ ଆମେ ବିନମ୍ର ପ୍ରାର୍ଥନା କରୁଅଛୁ କି ଏହି ଦିଗରେ ପୁନର୍ବାର ବିଚାର କରି ପୋଲିସକୁ ଦାୟିତ୍ଵ ହସ୍ତାନ୍ତର କରାନଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।
ଗାଡ଼ି ଯାଞ୍ଚ କ୍ଷମତା ପୋଲିସ ବିଭାଗକୁ ହସ୍ତାନ୍ତର ବିଷୟରେ ପୁନର୍ବିଚାର ପାଇଁ ଅଲ ଓଡିଶା ଟ୍ରକ ମାଲିକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s