ଭୁବନେଶ୍ୱର: ବାଲେଶ୍ୱରରେ ବନ୍ୟା ଜଳ ଖସୁଛି ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା। ପାଣିପାଗ ଅନୁକୂଳ ଥିବାରୁ କମ୍ ଦିନରେ ସୁଧୁରିବ ସ୍ଥିତି। ସୁବର୍ଣ୍ଣରେଖାରେ ବନ୍ୟା ପାଣି ଯୋଗୁଁ ବାଲେଶ୍ଵରର ୩ଟି ବ୍ଲକ ବେଶି ପ୍ରଭାବିତ ହୋଇଛି। ବସ୍ତା, ବାଲିଆପାଳ, ଭୋଗରାଇରେ ତଳିଆ ଅଞ୍ଚଳରେ ପଶିଛି ପାଣି। ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ସହ ସମନ୍ଵୟ ରକ୍ଷା କରି ପଦକ୍ଷେପ ନିଆଯାଉଛି।
powered by social2s

