ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯିବ ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଲେ ଯେ ଛାତ୍ରୀଙ୍କର ଭୁବନେଶ୍ବର ଏମ୍ସରେ ଚିକିତ୍ସା ଚାଲିଛି। ଏୟାର ଲିଫ୍ଟ ପାଇଁ ସରକାର ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି। ପୀଡ଼ିତା କଥାବାର୍ତ୍ତା କରୁଛନ୍ତି, ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଆଜି ସକାଳେ ୩ ଜଣ ଦୁର୍ବୁତ୍ତ ବଳଙ୍ଗା ଅଞ୍ଚଳରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେଇଥିଲେ। ଛାତ୍ରୀଙ୍କ ଦେହର ୭୦ ଭାଗ ପୋଡିହାଇଥିବା ଏମ୍ସ ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି।
powered by social2s

