ଆଇ ସି ସି ରିପୋର୍ଟ ନଦେବାରୁ କଟକ ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇ ସି ସି) ରିପୋର୍ଟ ଦାଖଲ କରିନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଟକ ଜିଲ୍ଲାର ୨୧୦ଟି କଲେଜଙ୍କୁ ଆଇ ସି ସି ରିପୋର୍ଟ ମାଗିଥିଲା ଜିଲ୍ଲା ପ୍ରଶାସନ। ଅଭିଯୋଗକାରିଣୀଙ୍କ ଯୋଗାଯୋଗ ଠିକଣା ସହ ମୁଖ୍ୟଙ୍କ ହସ୍ତାକ୍ଷର ମଗାଯାଇଥିଲା। ଅଧାରୁ ଅଧିକ କଲେଜ ଚିଠିର ଉତ୍ତର ଦେଇନଥିବାରୁ ହେଲା ନିଆଯାଇଛି ନିଷ୍ପତ୍ତି। ଆସନ୍ତା ୨୪ ଘଣ୍ଟାରେ ପୂର୍ଣ୍ଣାଙ୍ଗ ଆଇ ସି ସି ରିପୋର୍ଟ ନ ଦେଲେ ନିଲମ୍ୱିତ ହେବେ ଅଧ୍ୟକ୍ଷ। ରିପୋର୍ଟ ଦେଇନଥିବାରୁ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। ଆସନ୍ତା ୨୪ ଘଣ୍ଟାରେ ପୂର୍ଣ୍ଣାଙ୍ଗ ଆଇ ସି ସି ରିପୋର୍ଟ ନ ଦେଲେ ନିଲମ୍ୱିତ ହେବ ଅଧ୍ୟକ୍ଷ।

powered by social2s