ଭୁବନେଶ୍ୱର: ନୂଆ ବିସ୍ଥାପନ ଏବଂ ଥଇଥାନ ନୀତି ଆଣିବେ ଓଡ଼ିଶା ସରକାର ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯେ ୨୦୨୫ରେ ଏହି ନୂତନ ନୀତି ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଧୁନିକ ବିସ୍ଥାପନ ଏବଂ ଥଇଥାନ ନେଇ ଚିନ୍ତା କରୁଛନ୍ତି ସରକାର। କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ହେବେ ଅଂଶୀଦାର। ଜମି ହରାଉଥିବା ଲୋକଙ୍କୁ ଦିଆଯିବ ବିକଳ୍ପ ସୁଯୋଗ। ଜମି ବଦଳରେ ଜମି ବି ଯୋଗାଇ ଦେବେ ସରକାର। ଜନଜାତିଙ୍କର ଇଚ୍ଛା ଜମି ବଦଳରେ ଜମି। ଏହାସହ ସେମାନେ ଚାହିଁଲେ ପ୍ରକଳ୍ପରେ ଅଂଶୀଦାର ହୋଇପାରିବେ। କ୍ଷତିପୂରଣ ଜାଗାରେ ସେହି ପରିମାଣରେ ଅଂଶୀଦାର ରହିବେ। ସରକାର କାହା ଉପରେ କୌଣସି ନିଷ୍ପତ୍ତି ଲଦିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ପୂଜାରୀ।
powered by social2s

