କଟକ ଗଣ୍ଡଗୋଳ: ଆଉ ୩ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଦଶହରା ଭସାଣୀ ଗଣ୍ଡଗୋଳ ଘଟଣାରେ ଆଉ ୩ ଗିରଫ ହୋଇଥିବା ଜଣାଯାଇଛି। ପୂର୍ବରୁ ୬ ଗିରଫ ହୋଇଥିଲେ, ଆଜି ଆଉ ୩ ଗିରଫ କହିଲେ ଏସିପି ଗିରିଜା ଚକ୍ରବର୍ତ୍ତୀ। ଆଗକୁ ଆଉ ଅଧିକ ଗିରଫ କରାଯାଇ ପାରେ। ହାତୀପୋଖରୀ ଓ କଦମ ରସୁଲ ଅଞ୍ଚଳରେ କମିଶନରେଟ୍‌ ପୋଲିସର ଯାଞ୍ଚ ଚାଲିଥିବା ସୂଚନା। ୨ ACP, ୩ IICଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଘର ଘର ବୁଲି କେନ୍ଦ୍ରୀୟ ଫୋର୍ସ ସହ ଯାଞ୍ଚ କରୁଛି କମିଶନରେଟ୍‌ ପୋଲିସ। ପୋଲିସ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍‌ ନମ୍ବର - ୭୩୨୮୦୭୭୩୨୪/୮୪୮୦୫୧୩୦୦୭ ଜାରି କରାଯାଇଛି। ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ଦୁଇ ମୋବାଇଲ ନମ୍ବରରେ ଖବର ଦେବାପାଇଁ ପରାମର୍ଶ ଦିଆଯାଇଛି।

powered by social2s