ଭୁବନେଶ୍ବର: ଅକ୍ଟୋବର ୨୦ ତାରିଖ ସୋମବାର ସରକାରୀ ଛୁଟି ଘୋଷଣା କଲେ ଓଡ଼ିଶା ସରକାର। ଦୀପାବଳିକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ସରକାର । କେବଳ ନୂଆପଡ଼ା ଜିଲ୍ଲାକୁ ଛାଡ଼ି ସବୁ ଜିଲ୍ଲାରେ ସରକାରୀ ଛୁଟି ରହିବ। ନୂଆପଡ଼ା ଜିଲ୍ଲାରେ ସମସ୍ତ ସରକାରୀ ଅନୁଷ୍ଠାନ ଖୋଲା ରହିବ।, ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି।
ପୂର୍ବରୁ ଆସନ୍ତା ୨୧ ତାରିଖକୁ ଛୁଟି ଘୋଷଣା କରାଯାଇଛି। ଆଜିର ନିଷ୍ପତ୍ତି ପରେ ଦୁଇ ଦିନ ଛୁଟି ରହିବା ନେଇ ମିଳିଛି ସୂଚନା।
powered by social2s

