ବାରବାଟୀ ଟି୨୦: ୬ ସ୍ଥାନରେ ପାର୍କିଂ ବ୍ୟବସ୍ଥା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ବାରବାଟୀ ଟି୨୦ ମ୍ୟାଚ୍ ପାଇଁ ୬ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ତଳ ବାଲିଯାତ୍ରା ପଡ଼ିଆରେ ହେବ ପାର୍କିଂ। ଭିଆଇପିଙ୍କ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଓସିଏର ସଦସ୍ୟମାନଙ୍କ ପାଇଁ କ୍ରିକେଟ ଏକାଡେମୀ ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଟିଭି ସଦସ୍ୟ ଓ ପାସ୍‌ଧାରୀଙ୍କ ପାଇଁ ଅଶ୍ବଦ୍ବାର ସାମ୍ନା ୩ କୋଣିଆ ସ୍ଥାନ ପାର୍କିଂ ପାଇଁ ବ୍ୟବହାର କରାଯିବ। ପାସ୍‌ଧାରୀ ଭିଆଇପିଙ୍କ ପାଇଁ ଓସିଏ କ୍ଲବ ଓ ଜାଭିୟର ସ୍କୁଲ୍‌ରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ମ୍ୟାଚ ବେଳେ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ୩୦୦ ଅଫିସର ସୁରକ୍ଷା ଦାୟିତ୍ବରେ ରହିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ଖେଳାଳିଙ୍କୁ ସୁରକ୍ଷିତ ଷ୍ଟାଡିୟମରେ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି କମିଶନର।

powered by social2s