ଝାରସୁଗୁଡ଼ା: ମା'ର ଟାଙ୍ଗିଆ ଚୋଟରେ ଗଲା ପୁଅଝିଅଙ୍କ ଜୀବନ। ପୁଅଝିଅଙ୍କୁ ମାରିବା ପରେ ମା' କଲା ଆତ୍ମହତ୍ୟା ଉଦ୍ୟମ। ଝାରସୁଗୁଡ଼ା ଜିଲ୍ଲା ବିମାନବନ୍ଦର ଥାନା ଟାଙ୍ଗରପାଲି ଗାଁରେ ଘଟିଛି ଏହି ଘଟଣା। ପାରିବାରିକ କଳହରୁ ମହିଳା ଜଣକ ନିଜ ପୁଅଝିଅଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି।
ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ନିଦରୁ ଉଠାଇଥିଲେ। ସ୍ଵାମୀ ସୌଚ ପାଇଁ ବାହାରକୁ ଯିବା ପରେ ବାହାରୁ କବାଟ ବନ୍ଦ କରି ଦୁଇ ଶିଶୁଙ୍କୁ ହତ୍ୟା କଲେ ମହିଳା।
ମହିଳାଙ୍କ ମାନସିକ ସ୍ଥିତି ଭଲ ନଥିବା କହିଛନ୍ତି ସ୍ଥାନୀୟ ଲୋକେ।
powered by social2s

