ଭୁବନେଶ୍ୱର/ରାଉରକେଲା: ଆଜିଠୁ ସାରା ଓଡ଼ିଶାରେ ଆରମ୍ଭ ହୋଇଛି ୧୪-ଦିନିଆ ଲକଡାଉନ। ସକାଳ ୬ ଟା ରୁ ଦିନ ୧୨ ଟା ପର୍ଯ୍ୟନ୍ତ କେବଳ ନିଜ ଘରଠୁ ୫୦୦ ମିଟର ଭିତରେ ଥିବା ପରିବା, ତେଜରାତି, ମାଛ, ମାଂସ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଚାଲି ଚାଲି ଯାଇ କିଣିପାରିବେ ଲୋକେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ସକାଳୁ ରାଉରକେଲା ଦେଲି ମାର୍କେଟର ଥିବା ଆଳୁ ଗୋଦାମ, ପରିବା ଓ ମାଛ ବିକ୍ରି କରୁଥିବା ସ୍ଥାନରେ ସାମାଜିକ ଦୂରତା ନିୟମ ଭୁଲି ଲୋକେ ପ୍ରବଳ ଭିଡ଼ କରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁ ଦୋକାନ ବନ୍ଦ କରିଥିଲା । ସେହିପରି ଭୁବନେଶ୍ୱରର ଅନେକ ପନି ପାରିବା ଓ ମାଛ ବିକୁଥିବା ଜାଗାକୁ ଗ୍ରାହକ ମାନେ ନିଜ ଗାଡ଼ି ବ୍ୟବହାର କରି ପହଞ୍ଚୁଥିବା ଦେଖିବାକୁ ମିଳିଥିଲା। ଗତକାଲି ଭୁବନେଶ୍ୱର ଡିସିପି କହିଥିଲେ ଯେ ଜରୁରୀ କାମରେ ବାହାରକୁ ବାହାରିଲେ ୧୦୦ କୁ କଲ କରି ଚେକ ପୋଷ୍ଟରେ ଯାଇପାରିବେ। ଜରୁରୀ କାମ ନ ଥିଲେ ଅଳ ଦେଖାଇ ବୁଲିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।
powered by social2s

