ସ୍କୁଲରେ ଗଠନ ହେବ ନୂଆ ପରିଚାଳନା କମିଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଓଡ଼ିଶାର ସବୁ ସ୍କୁଲରେ ଗଠନ ହେବ ନୂତନ ସ୍କୁଲ ପରିଚାଳନା କମିଟି। ଜୁଲାଇ ୧ରୁ ରାଜ୍ୟର ସବୁ ସ୍କୁଲରେ ଗଠନ ହେବ କମିଟି। ଜୁନ୍ ୩୦ରେ ସରୁଛି ପୁରୁଣା କମିଟିର କାର୍ଯ୍ୟକାଳ। ଗୋଟିଏ ସ୍କୁଲ ପରିଚାଳନା କମିଟି ଗଠନ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ୨ଟି ଉପକମିଟି ଗଠନ ପାଇଁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟକାରୀ ହେବ ସ୍କୁଲ୍ ମ୍ୟାନେଜମେଣ୍ଟ କମିଟି ଗାଇଡ୍‌ଲାଇନ୍ସ-୨୦୨୬, ୧୦୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲରେ ରହିବ ୧୫ ଜଣିଆ କମିଟି। ୧୦୦ରୁ ୫୦୦ ମଧ୍ୟରେ ଛାତ୍ରଛାତ୍ରୀ ଥିଲେ ହେବ ୨୦ ଜଣିଆ କମିଟି। ୫୦୦ରୁ ଅଧିକ ପିଲା ଥିବା ସ୍କୁଲରେ ୨୫ ଜଣିଆ କମିଟି ଗଠନ ହେବ। କମିଟିର ୭୫ ପ୍ରତିଶତ ସଦସ୍ୟ ଅଭିଭାବକ ହେବେ।

powered by social2s