ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କଲା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ। ଓ ଏମ ଏଚ ଏସ କ୍ୟାଡର୍‌ ମେଡିକାଲ ଅଫିସରଙ୍କ ଦରମା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ କରିବାକୁ ଚିଠି କରାଯାଇଛି। ରାଜ୍ୟର ସବୁ ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌, ସିଡିଏମ୍‌ ଓ ପିଏଚ୍‌ଓଙ୍କୁ ଚିଠି ହୋଇଥିବା ସୂଚନା। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ ର ଧର୍ମଘଟ ଜାରି ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସୂଚନା ଦେଲେ ଆସୋସିଏସନ ସାଧାରଣ ସଂପାଦକ କିଶୋର ଚନ୍ଦ୍ର ମିଶ୍ର।

powered by social2s