ପୁରୀ ଚନ୍ଦନ ଯାତ୍ରାରେ ୧୪୪ ଧାରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିର ରେ ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା। ଏହାସହ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ ବୋଲି ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି। ସେହିଭଳି ରଥ ଅନୁକୂଳ ମଧ୍ୟ ବିନା ଭକ୍ତରେ କରାଯିବ। ଅନୁକୂଳରେ କେବଳ ଶାଢୀ ବନ୍ଧା ରଥ ନିର୍ମାଣ ସେବକ ଯୋଗଦେବେ। ରଥ ଅନୁକୂଳ ଓ ଚନ୍ଦନ ଯାତ୍ରା ପାଇଁ ଆଜି ଏସଓପି ଜାରି କରିବେ ଜିଲ୍ଲାପାଳ। ଚନ୍ଦନ ଯାତ୍ରାରେ ପ୍ରତି ବିମାନରେ ୭ ଜଣ ଲେଖାଏଁ ସେବାୟତ ରହିବେ। ନୀତି ସହ ସଂଶ୍ଳିଷ୍ଟ ୫୦ ଜଣ ସେବାୟତଙ୍କୁ ଦିଆଯିବ ସ୍ୱତନ୍ତ୍ର ପାସ୍। ସେହିଭଳି ଚନ୍ଦନ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ୧୫୦ ସେବାୟତଙ୍କ କୋଭିଡ ପରୀକ୍ଷା କରାଯିବ ବୋଲି ଜଣାପଡିଛି।

powered by social2s