ଭୁବନେଶ୍ୱର : ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ରଥଯାତ୍ରାକୁ intangible cultural heritage of humanity ମାନ୍ୟତା ମିଳୁ, ୟୁନେସ୍କୋ ତାଲିକାରେ ସାମିଲ୍ ହେଲେ ବିଶ୍ବ ସ୍ତରରେ ଏହାର ଗୁରୁତର ବଢ଼ିବ ବୋଲି ଉଲ୍ଲେଖ କଲେ ମୁଖ୍ୟମନ୍ତ୍ରୀ। ଶ୍ରୀମନ୍ଦିର ପ୍ରଶାସନ ଏନେଇ ଦସ୍ତାବିଜ ଦାଖଲ କରିସାରିଛନ୍ତି। ରଥଯାତ୍ରା ବିଶ୍ବ ଭାତୃତ୍ବ ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା ଦିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
powered by social2s

