ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜଧାନୀ ଭୁବନେଶ୍ବର ଅଞ୍ଚଳରେ କରୋନା ଟେଷ୍ଟ କିମ୍ବା ଟିକା ନେବା ପାଇଁ ଭୁନ୍ନକ୍ଷମ ବ୍ୟକ୍ତିଙ୍କୁ ଡୋର ସର୍ଭିସ ପ୍ରଦାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ। ସେ କହିଛନ୍ତି ଯେ, ପୂର୍ବରୁ ବୟସ୍କ ଲୋକଙ୍କୁ ଘରୁ ନିଆଯାଇ ଟିକା ଦିଆଯିବା ପରେ ପୁଣି ଘରେ ଛଡାଯାଉଥିଲା। ବର୍ତ୍ତମାନ ଏହି ସୁବିଧା ଭିନ୍ନକ୍ଷମଙ୍କ ପାଇଁ ଉପଲବ୍ଧ କରାଯିବ। ଯେଉଁ ଭିନ୍ନକ୍ଷମ ବ୍ୟକ୍ତି ମାନେ ସଂପୂର୍ଣ୍ଣ ଚାଲିପାରୁନଥିବେ ସେମାନଙ୍କୁ ଆସନ୍ତା କାଲି ଠାରୁ ଏହି ସୁବିଧା ମିଳିବ। ବିଭିନ୍ନ ହାଉସିଙ୍ଗ ସୋସାଇଟିରେ ମଧ୍ୟ ମାସ୍ ଟେଷ୍ଟିଙ୍ଗ ସୁବିଧା ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଯେଉଁ ସୋସାଇଟି ଚାହିଁବେ ସେମାନେ ଜେଡିସି କିମ୍ବା ୧୯୨୯କୁ ଫୋନ କରି ମାସ୍ ଟେଷ୍ଟିଙ୍ଗ ପାଇଁ ଜଣାଇପାରିବେ ବୋଲି ସେ କହିଛନ୍ତି।
powered by social2s

