ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଗଲେ ୨୨ ଟି ଏନଡିଆରଏଫ୍ ଟିମ୍। ବାଲେଶ୍ବର ରେ ମୃତୟନ ହେବେ ୭ ଟି ଟିମ୍। ଭଦ୍ରକରେ ୪ ଟି ଟିମ୍, କେନ୍ଦ୍ରାପଡା ରେ ୩ଟି, ଯାଜପୁର ରେ ୨ଟି ଓ ଜଗତସିଂହପୁର ଏବଂ ମୟୂରଭଞ୍ଜ କୁ ଗୋଟାଏ ଲେଖାଏଁ ଏନଡିଆରଏଫ୍ ଟିମ୍ ଯାଇଛନ୍ତି। କଟକ ମୁଣ୍ଡୁଳିରୁ ଟିମ୍ ବାହାରିଯାଇଥିବା ସୂଚନା। ୱଲ୍ ମାର୍କରେ ପରିଣତ ହେଲା ସୃଷ୍ଟି ହୋଇଥିବା ଲଘୁଚାପ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଏହା ୱଲ୍ ମାର୍କରେ ପରିଣତ ହେବ। ଆସନ୍ତା ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ। ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ର ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ।
powered by social2s

