ଭୁବନେଶ୍ୱର : ବାତ୍ୟା ମୁରାସୁକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଭିତରେ ଥିଲେ କୂଳକୁ ଫେରିଆସିବାକୁ ନିର୍ଦେଶ ଦେଇଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ। ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ‘ମୁରସୁ’। ଆଜି ରାତିରୁ ଆସନ୍ତାକାଲି ଭୋର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ନେଲୋର ଓ ନରସାପୁର ମଧ୍ୟରେ, ଓଙ୍ଗୋଲ ନିକଟରେ କରିବ ଲ୍ୟାଣ୍ଡଫଲ୍। ଆଜି ରାତି ୧୧ଟା ୩୦ରୁ ଭୋର ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ ବେଳେ ପବନ ବେଗ ଘଣ୍ଟାପ୍ରତି ୧୦୦-୧୧୦ କିମି ରହିବ। ଝଟକା ପବନର ବେଗ ୧୨୦ କିମି ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି।
powered by social2s

