-------------------------------- ଆଲୋକ ଦିଅଇ ଯେ ନୂଆ ସମ୍ଭାବନା ଅନ୍ଧକାରେ ଆଶାର କାମନା ଅଜ୍ଞାନତା ଅନ୍ଧକାର ହୁଅଇ ଦୂର ଜାଗି ଉଠେ ପବିତ୍ର ଚେତନା ll ଅସତ୍ୟତା ଉପରେ ସତ୍ୟର ବିଜୟ ଅନ୍ଧାକାରେ ଆଲୋକର ଜୟ ମନରୁ ଲିଭୁ ହିଂସା ଏବଂ ଘୃଣା ଦ୍ୱେଷ ସାରା ଜଗତ ହେଉ ବିଜୟ ll ଜଳାଇବା ଦୀପ ମନର ମନ୍ଦିରରେ ସ୍ନେହ ଏ ହୃଦୟେ ବାଣ୍ଟିଦେବା ଦୁଃଖୀଙ୍କର ମୁହଁରେ ହସ ଫୁଟାଇବା କରୁଣାର ଜ୍ୟୋତି ଜଳାଇବା ll ଦୀପାବଳି ଦିଅଇ ଶାନ୍ତିର ବାରତା ଖୁସିରେ ଭରୁ ଏଇ ଜୀବନ ଆଲୋକତାରେ ଭରୁ ପୃଥିବୀର କୋଣ ସୁଖଦ ହେଉ ସଭିଙ୍କ ମନ ll ତ୍ରିନାଥ ପଟ୍ଟନାୟକ (ଯୁବ ଇଂରାଜୀ ଅଧ୍ୟାପକ ତଥା କବି) ଶ୍ରୀ ସାଇ ଶ୍ରଦ୍ଧା ଇନ୍ସିଟ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି, କୋରାପୁଟ l ସ୍ଥାନ:ଫୋରେଷ୍ଟ କଲୋନୀ ଜିଲ୍ଲା: କୋରାପୁଟ ସମ୍ପର୍କ:7655099802
powered by social2s

