ବ୍ରହ୍ମପୁର: ଆଜି ଠାରୁ ଘର ଘର ବୁଲି ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବେ ସ୍ୱାସ୍ଥ୍ୟ କର୍ମୀ। ଏହି ପ୍ରକ୍ରିୟା ଆଗାମୀ ତିନି ମାସ ପର୍ଯ୍ୟନ୍ତ ଚାଲୁ ରହିବ। କୋଭିଡ ର ତୃତୀୟ ଲହରକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଆଗୁଆ ପଦକ୍ଷେପ ନିଆଯାଇଛି। ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଏଏନଏମ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯେପରି ଠିକ ଭାବେ ଅନୁଧ୍ୟାନ କରାଯାଇପାରିବ ସେ ନେଇ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଧେଶ ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଯୁକ୍ତ ଶିଶୁଙ୍କୁ ନିଜ ଘରେ ଏକାନ୍ତ ବାସରେ ରଖି ଚିକିତ୍ସା କରାଯିବ। ଗୁରୁତର ଅବସ୍ଥାକୁ ଆସିବା ଜଣା ପଡ଼ିଲେ ସମ୍ପୃକ୍ତ ଶିଶୁଙ୍କୁ ଚିକିତ୍ସାଳୟକୁ ନିଆଯିବ।
powered by social2s

