ଭୁବନେଶ୍ୱର: ଓଡ଼ିଶାରେ ୪୧ ଜଣ ଅବୈତନିକ ବନ୍ୟପ୍ରାଣୀ ୱାର୍ଡନଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ବିଭିନ୍ନ ଜିଲ୍ଲାରେ ଦୁଇ ବର୍ଷ ପାଇଁ ସେମାନେ କାମ କରିବେ। Gazette ପ୍ରକାଶ ପାଇବା ଦିନ ଠାରୁ କାମ କରିବେ। ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲା ପାଇଁ ୩ ଜଣ ଲେଖାଏଁ ନିଯୁକ୍ତ। ଅନୁଗୁଳ, ଢେଙ୍କାନାଳ, ଗଂଜାମ ଜିଲ୍ଲା ପାଇଁ ଦୁଇ ଜଣ ଲେଖାଏଁ ନିଯୁକ୍ତ ହୋଇଛନ୍ତି। ସେହିପରି ଜଗତସିଂହପୁର, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଦୁଇ ଜଣ ଲେଖାଏଁ ନିଯୁକ୍ତି ପାଇଛନ୍ତି।
powered by social2s

