'ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାରେ କମିଯିବ ସଂକ୍ରମଣ'

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାରେ ସଂକ୍ରମଣ କମିଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ପଜିଟିଭିଟି ହାର ୩.୪୯% ପ୍ରତିଶତ ରହିଛି। ୨୪ ଜିଲ୍ଲାରେ ପଜିଟିଭିଟି ରେଟ ୫% ହାର ତଳେ ରହିଛି ଓ ୧୦ଜିଲ୍ଲାରେ ପଜିଟିଭିଟି ହାର ୧% ରହିଛି। ୬ ଜିଲ୍ଲାରେ ପଜିଟିଭିଟି ହାର ୫% ରୁ ଅଧିକ ରହିଛି। ରାଜ୍ୟରେ ୨୮ ହଜାର ୧୫ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି। ୮୦% ଲୋକ ହୋମ ଆଇସୋଲେସନରେ ଅଛନ୍ତି। ମହାପାତ୍ର କହିବା ନୁ ଯାୟୀ ରାଜ୍ୟରେ ୧୪୦ ଜଣ ବ୍ଲାକଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି।

powered by social2s