ଓଡିଶା ଉପରେ ସକ୍ରିୟ ଲଘୁଚାପ; ଦୁଇ ଦିନ ଯାଏଁ ପ୍ରବଳରୁ ଅତି ଅତି ପ୍ରବଲ ବର୍ଷା ସମ୍ଭାବନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଅଶାନ୍ତ ଦୁଇ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ଭିତରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟା ଭିତରେ ପାରାଦୀପ ରେ ୧୨୨ ମିମି ଓ ପୁରୀରେ ୧୨୧ ମିମି ବର୍ଷା ରେକର୍ଡ ହୋଇଛି। ଜୁଲାଇ ୨୭ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି।

powered by social2s